Advertisment

ସଫେଇ କର୍ମଚାରୀଙ୍କ ମହାନତା; ଅଳିଆରୁ ପାଇଥିବା ସୁନା ଚେନ୍‌କୁ ଫେରାଇ ଦେଲେ

ବିଏମସି ପକ୍ଷରୁ ଖୋଜାଖୋଜି କରାଯାଇ ଚେନ୍‌ଟିର ପ୍ରକୃତ ମାଲିକଙ୍କୁ ଖୋଜା ଯାଇଥିଲା। ଏହାପରେ ଭୁବନେଶ୍ୱର ମେୟର ଓ ଅନ୍ୟମାନଙ୍କ ଉପସ୍ଥିତିରେ ଚେନ୍‌ଟିକୁ ପ୍ରକୃତ ମାଲିକଙ୍କୁ ଫେରାଇ ଦିଅଯାଇଛି।

ଅଦ୍ୟତନ ହୋଇଛି
Bmc Worker reture gold chain

Bmc Worker reture gold chain

Advertisment

ରାତି ପାହିଲେ ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟରକୁ ଯାଇ ଅଳିଆ ମଧ୍ୟରେ ଘାଣ୍ଟି ହୋଇଥାନ୍ତି। ତାହା ହିଁ ତାଙ୍କ କାମ । ଏଥିପାଇଁ ମାସିକ ପାରିଶ୍ରମିକ କହିଲେ ମିଳିଥାଏ ୯ରୁ ୧୦ ହଜାର ଟଙ୍କା। ଏହି ସ୍ୱଳ୍ପ ଟଙ୍କାରେ ସୁଖେଦୁଃଖେ ନିଜ ତେଲଲୁଣ ସଂସାରକୁ ଚଲାଇଥାନ୍ତି ମହିଳାଜଣକ। ମାତ୍ର ଅଳିଆ ଘାଣ୍ଟୁ ଘାଣ୍ଟୁ ମହିଳା ସଫେଇ କର୍ମଚାରୀଙ୍କ ହାତରେ ଦିନେ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ଚେନ୍‌ ପଡ଼ି ଯାଇଥିଲା। ଚାହିଁଥିଲେ ତାହାକୁ ନିଜ ପାଖରେ ରଖି ପାରିଥାନ୍ତେ। ହେଲେ ଅଭାବୀ ହେଲେ ବି ମହିଳାଜଣକ ଦେଖାଇଲେ ମଣିଷପଣିଆ। ଆଉ ସୁନା ଚେନଟିକୁ ତାହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଏପରି ଜଣେ ମହିଳା ହେଉଛନ୍ତି ପୂଜାରାଣୀ ସିଂ ।

Advertisment

ଭୁବନେଶ୍ୱରର କାନନ ବିହର ଫେଜ-୨ରେ ଥିବା ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟରରେ କାମ କରିଥାନ୍ତି ପୂଜା। ସବୁ ଦିନ ପରି ଅଳିଆ ସଫା କରୁ କରୁ ୨ ଦିନ ପୂର୍ବେ ସେ ଏକ ସୁନା ଚେନ୍‌ ପାଇଥିଲେ। ଚାହିଁଥିଲେ ଚୁପ୍‌ଚାପ୍‌ ତାହାକୁ ନିଜ ପାଖରେ ରଖି ପାରିଥାନ୍ତେ। ମାତ୍ର ମହିଳାଜଣକ ତାହା ନ କରି ତୁରନ୍ତ ଉକ୍ତ ଚେନ୍‌ ସମ୍ପର୍କରେ ଅନ୍ୟମାନଙ୍କୁ କହିବା ସହ ତାହାକୁ ବିଏମ୍‌ସି ଅଫିସରେ ଦେଇଥିଲେ।

ବିଏମସି ପକ୍ଷରୁ ଖୋଜାଖୋଜି କରାଯାଇ ଚେନ୍‌ଟିର ପ୍ରକୃତ ମାଲିକଙ୍କୁ ଖୋଜା ଯାଇଥିଲା। ଏହାପରେ ଭୁବନେଶ୍ୱର ମେୟର ଓ ଅନ୍ୟମାନଙ୍କ ଉପସ୍ଥିତିରେ ଚେନ୍‌ଟିକୁ ପ୍ରକୃତ ମାଲିକଙ୍କୁ ଫେରାଇ ଦିଅଯାଇଛି।

Advertisment

ଚେନ୍‌ ଫେରି ପାଇ ବେଶ ଖୁସି ଥିବା ମହିଳାଜଣକ କହିଛନ୍ତି, ଶାଶୁଙ୍କ ଶ୍ରାଦ୍ଧ ଥିବାରୁ ଘରେ ପୂଜା ଥିଲା। ଏହି ସମୟରେ ଫଟୋରେ ଫୁଲ ଦିଆଯାଇଥିବା ବେଳେ ତାହା ପାଖରେ ମୋ ସ୍ୱାମୀ ନିଜ ଚେନ୍‌ ଖୋଲି ଥୋଇ ଦେଇଥିଲେ। ଏହା ପରଦିନ ଭୁଲି ଯାଇ ଫୁଲ ସହ ଉକ୍ତ ଚେନ୍‌କୁ ବି ଡଷ୍ଟବିନରେ ପକାଇ ଦେଇଥିଲେ। ପରେ ମନେ ପଡ଼ିବା ପରେ ଖୋଜାଖୋଜି ଆରମ୍ଭ କଲୁ। ହେଲେ ଚେନ୍‌ ଫେରି ପାଇବା ଆଶା ଛାଡ଼ି ଦେଇଥିଲୁ। ଅଳିଆ ଭିତରୁ ପୁଣି ଚେନ୍‌ ଫେରି ପାଇବୁ ବୋଲି ଆଶା ନ ଥିଲ। ମାତ୍ର ପୂଜାରାଣୀଙ୍କ ପରି ମହିଳାଙ୍କ ଯୋଗୁ ଆମେ ଆମ ମୂଲ୍ୟବାନ ଜିନିଷ ଫେରି ପାଇଛୁ।

ଅଭାବ ମଧ୍ୟରେ ଚଳୁଥିଲେ ବି ଚେନ୍‌ ଫେରାଇ ବେଶ୍‌ ଖୁସି ଅନୁଭବ କରୁଥିବା କହିଛନ୍ତି ପୂଜାରାଣୀ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ପୂଜାରାଣୀଙ୍କ ସଚ୍ଚୋଟତା ଉପରେ ଖୁବ୍‌ ଗର୍ବ ଅନୁଭବ କରିବା ସହ ଅନ୍ୟ ସଫେଇ କର୍ମଚାରୀଙ୍କ ପାଇଁ ସା ଉଦାହରଣ ବୋଲି କହିଛନ୍ତି।

Bhubaneswar News Bmc Good News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe