Advertisment

ଅସହ୍ୟ ହେଲା ଋଣ ଭାର: ଝୁଲିପଡ଼ିଲେ ମହିଳା

ମହିଳା ଜଣଙ୍କ ଏସଏଚଜି ଗ୍ରୁପରୁ ଲୋନ୍ ଆଣିଥିଲେ।

DeadBody

DeadBody

Advertisment

ଅସହ୍ୟ ହେଲା ଋଣ ଭାର। ଋଣ ପରିଶୋଧ କରି ନ ପାରି ଶେଷରେ ଜଣେ ମହିଳା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଜେନା କଲୋନିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ମହିଳାଙ୍କ ଝୁଲନ୍ତା ମୃତଦେହ ଲକ୍ଷ୍ମୀସାଗର ଥାନା ପୁଲିସ ଉଦ୍ଧାର କରିଛି।

ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ଏସଏଚଜି ଗ୍ରୁପରୁ ଲୋନ୍ ଆଣିଥିଲେ। ଏହି ଲୋନ୍ ସୁଝି ନ ପାରି ନଥିଲେ। ଋଣ କିସ୍ତି ପାଇଁ ଏସଏଚଜି ଗ୍ରୁପ ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିଲା। ଏନେଇ ମହିଳା ଜଣଙ୍କ ଚିନ୍ତାରେ ଥିଲେ। ଗତକାଲି ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ମହିଳାଙ୍କj ଦୁଇଟି ଛୋଟ ଛୁଆ ଅଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe