Advertisment

ମୃତଦେହ ଚିହ୍ନଟକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ; ହେବ ଡିଏନଏ ଟେଷ୍ଟ

ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି।

ଅଦ୍ୟତନ ହୋଇଛି
vijay amruta kulange

vijay amruta kulange

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏବେ ଜାରି ରହିଛି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା। ଭୁବନେଶ୍ୱ ଏମସ ସହ ଅନ୍ୟ ହସପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି। ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି , ୫୦ରୁ ଅଧିକ ମୃତଦେହ ଚିହ୍ନଟ ହୋଇସାରିଛି। ଏହି ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ୟା ଭିତରୁ ଅଧିକାଂଶ ଶବର ସ୍ଥିତି ଯାହା, ଚିହ୍ନିବା ଅବସ୍ଥାରେ ବି ନାହିଁ। ଏଥିଯୋଗୁଁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି। ଏହାସହ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଛନ୍ତି।

ଦୁର୍ଘଟଣାକୁ ୩ ଦିନ ପୂରିଥିଲା ବେଳେ ମୃତଦେହ ଗୁଡ଼ିକ ପଚି ଯିବାର ଭୟ ରହିଛି। ଏଥିପାଇଁ ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀଦଳ ମୃତଦେହରେ ବିଭିନ୍ନ କେମିକାଲ ଦେଇ ସଂରକ୍ଷିତ ରଖିଛନ୍ତି। ଏହାସହ ଆହତମାନଙ୍କ ଚିକିତ୍ସା ଯୁଦ୍ଧକାଳୀନ ଭତ୍ତିରେ କରାଯାଉଛି।

Advertisment

ଜଣେ ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ମୃତଦେହଟି ଆମର ଚିହ୍ନଟ କରିଥିବା ବେଳେ ଅନ୍ୟ ଜଣେ ତାଙ୍କର ଦାବି କରିଛନ୍ତି। ସେଥିପାଇଁ ମୃତସେହକୁ ଆମେ ନେଇପାରୁ ନାହୁଁ।  ଆଜି ସମସ୍ତ ପ୍ରମାଣବପତ୍ର ଡିପୋଜିଟ୍ କରିଛୁ। ଦେଖାଯାଉ କଣ ହେଉଛି। 

Bhubaneswar BMC Commissioner Trainaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe