Advertisment

ରାତି ଅଧରେ ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଆହତ ହୋଇଛନ୍ତି ।

author-image
Niharika Rout
Hotel

Hotel

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ରାଜଧାନୀ । ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମା ମାଡ଼ ହୋଇଛି। ଏପରି କାଣ୍ଡ ଭିଆଇଥିବା ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲ ରହିଥିବା ବେଳେ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରୁହେ। ଗତ ରାତିରେ ଜଣେ ମାଲିକ ଓ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ଉକ୍ତ ହୋଟେଲକୁ ଯାଇଥିଲେ। ମାତ୍ର ଖାଇବା ଦରକୁ ନେଇ ସେମାନଙ୍କର ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ସେମାନେ ସେଠାରୁ ପଳାଇଥିବା ବେଳେ କିଛି ସମୟ ପରେ ପୁଣି ଥରେ ଫେରିଥିଲେ।

ଏହାପରେ ହୋଟେଲ ମାଲିକଙ୍କୁ ଖୋଜିଥିବା ବେଳେ ସେ ନ ଥିବାରୁ କର୍ମଚାରୀଙ୍କ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ହୋଟେଲର ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବୋମାମାଡ଼ କରିଥିବା ୨ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଥିବା ହୋଟେଲ କର୍ମଚାରୀ କହିଛନ୍ତି।

Advertisment

ଖବର ପାଇ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି। 

Bomb Blast