Advertisment

ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର, କାଲିଠୁ କମିବ ତାତି

ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

Heat wave in Odisha

Heat wave in Odisha

Advertisment

ପ୍ରଚଣ୍ଡ ଖରା, ଅସହ୍ୟ ଝାଞ୍ଜିପବନ । ଆଜି ବି ତତଲା କଡ଼େଇରେ ସିଝିଲା ସାରା ଓଡ଼ିଶା। ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୫ ଡିଗ୍ରୀ ସହ ବୌଦ୍ଧ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ବି ୪୨ ଡିଗ୍ରୀ ପାଖାପାଖି ଥିବା ବେଳେ, ଭୁବନେଶ୍ୱର, ବଲାଙ୍ଗିର, ରାଉରକେଲା, କଟକ, ଭବାନୀପାଟଣା ଓ ଅନୁଗୁଳ ତାପମାତ୍ରା ୪୧ ଡିଗ୍ରୀ ପାର୍ କରିଥିଲା। ତେବେ ଗତ କାଲି ତୁଳନାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଛି।

Advertisment

ପାଣିପାଗ ବିଭାଗ ରିପୋର୍ଟ ମୁତାବକ ଆଜି ଝାରସୁଗୁଡ଼ାରେ ୪୨.୨, ତାଳଚେରରେ ୪୨, ବୌଦ୍ଧରେ ୪୨.୫, ଟିଟିଲାଗଡ଼ରେ ୪୧, ସମ୍ବଲପୁରରେ ୪୦.୯, ବଲାଙ୍ଗିରରେ ୪୧.୭, ଅନୁଗୋଳରେ ୪୧.୧, ସୋନପୁରରେ ୪୦.୭, ସୁନ୍ଦରଗଡ଼ରେ ୪୧, ରାଉରକେଲାରେ ୪୧.୬, ଭବାନୀପାଟଣାରେ ୪୧.୨, କଟକରେ ୪୧.୨, କେନ୍ଦୁଝରରେ ୪୧, ହୀରାକୁଦରେ ୪୦, ଭୁବନେଶ୍ୱରରେ ୪୧.୭, ଢେଙ୍କାନାଳରେ ୪୦.୮, ଚାନ୍ଦବାଲିରେ ୪୦.୭, ପାରଳାଖିମୁଣ୍ଡିରେ ୪୦.୪, ନୟାଗଡ଼ରେ ୪୦, ଯାଜପୁରରେ ୪୧, ବରଗଡ଼ରେ ୪୦.୬, ଖୋର୍ଦ୍ଧାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଶ୍ୱସ୍ତିକର ସୂଚନା ଏହା ଯେ, କାଲିଠୁ ତାତିରେ ଲାଗିବ ବ୍ରେକ। ୨୪ ଘଣ୍ଟା ପରେ ରାଜ୍ୟର ଆଉ କୌଣସି ସ୍ଥାନରେ ହିଟ୍ ୱେଭ୍ ରହିବନି ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

Advertisment
Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe