Advertisment

ଭୁଶୁଡ଼ି ପଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି

ଜନପଥ ପଟକୁ ଥିବା ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି।

ଅଦ୍ୟତନ ହୋଇଛି
Wall Collapsed

Wall Collapsed

Advertisment

ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ପ୍ରାୟ ୧୦୦ ଫୁଟ ଲମ୍ବର ତଥା ୧୨ ଫୁଟ ଉଚ୍ଚର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି। ତେବେ ସୌଭାଗ୍ୟବଶତଃ ପାଚେରି ଭୁଶୁଡ଼ି ସମୟରେ ବଗିଚାରେ କେହି ନଥିଲେ। ତେଣୁ କେହି ହତାହତ ହୋଇ ନାହାନ୍ତି।

Advertisment

ଆଜି ସକାଳ ପ୍ରାୟ ୭ଟା ବେଳେ ପାଚେରିଟି ଭୁଶୁଡ଼ି ପଡ଼ିଥିଲା। ଯେଉଁଠି ପାଚେରି ଭଶୁଡ଼ି ପଡ଼ିଛି, ଆଜି ସେଠାରେ ଛାତ୍ରୀମାନଙ୍କର ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ତେବେ ତା’ର କେଇ ଘଣ୍ଟା ପୂର୍ବରୁ ପାଚେରି ଭଶୁଡ଼ି ପଡ଼ିଥିଲା।

ଦୁଇ ମାସ ତଳେ ଏହି ପାଚେରି ନିର୍ମାଣ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଥିବାରୁ ତରବରିଆ ଭାବେ ନିମ୍ନମାନର କାମ କରି ପାଚେରିଟିକୁ ସଂପୂର୍ଣ୍ଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ଯେଉଁ ପାଚେରି ଥିଲା ସେଥିରେ ଇଟା ଯୋଡ଼ି ଏହାକୁ ଉଚ୍ଚ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

Advertisment

ସ୍ଥାନୀୟ କର୍ପୋରେଟର ଜୀବନ ରାଉତ କହିଛନ୍ତି, ଯେଉଁ ସ୍ଥାନରେ ପାଚେରି ଭୁଶୁଡ଼ିଛି ସେଠାରେ ସାଧାରଣତଃ ପ୍ରତ୍ୟେକ ଦିନ ୯/୧୦ଟା ପରେ ଛାତ୍ରୀମାନେ ବସି ପଢ଼ାପଢ଼ି କରନ୍ତି। ଆଜି ସକାଳ ୭ଟାରେ ପାଚେରି ଭୁଶୁଡ଼ିଛି। ଯଦି ଆସନ୍ତାକାଲି ୧୦ଟା ପରେ ଭାଙ୍ଗିଥା’ନ୍ତା ତା’ହେଲେ କ’ଣ ହୋଇଥା’ନ୍ତା? ମୁଖ୍ୟ ରାସ୍ତା କଡ଼ରେ ଥିବା ପାଚେରି ଭାଙ୍ଗି ଯାଇଛି। ଏଠି ବିଶ୍ୱବିଦ୍ୟାଳୟ ତିନିଟି ହଷ୍ଟେଲ ଅଛି। ଏବେ ଛାତ୍ରୀମାନେ ସୁରକ୍ଷିତ ଭାବେ ରହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

କର୍ପୋରେଟର ଶ୍ରୀ ରାଉତ ଆହୁରି କହିଛନ୍ତି ଯେ ମାତ୍ର ଦୁଇ ଅଢ଼େଇ ମାସ ତଳେ ଏହି ପାଚେରି କାମ ହୋଇଥିଲା। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିଲା।

ଅନ୍ୟପକ୍ଷରେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହି ପାଚେରି ଭୁଶୁଡ଼ି ଯାଇପାରେ ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି କିଛି ଦିନ ତଳେ ଆଶଙ୍କା ପ୍ରକାଶ କରିଥିଲେ। ଏନେଇ ସେ ବିଏମ୍‌ସିକୁ ଚିଠି ମଧ୍ୟ ଲେଖିଥିଲେ।

ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ପାଚେରି ନିର୍ମାଣ ହେଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଏହାର ନିମ୍ନ ଭାଗଟି ସବୁ ବେଳେ ସନ୍ତଉଥିଲା। ପାଖରେ ତିଆରି ହୋଇଥିବା ଭେଣ୍ଡିଂଜୋନ୍‌ଗୁଡ଼ିକର ଡ୍ରେନେଜ ବ୍ୟବସ୍ଥା ଏହି ପାଚେରି ତଳେ ରହିଥିଲା। ତେଣୁ ପାଚେରିର ନିମ୍ନଭାଗ ସବୁବେଳେ ଓଦା ରହୁଥିଲା ଓ ସେଥିରୁ ପାଣି ଝରୁଥିଲା। ଭେଣ୍ଡିଂଜୋନର ଡ୍ରେନେଜ ପାଣି ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସୁଥିଲା। ସେଥିପାଇଁ ପ୍ରାୟ ଦେଢ଼ ମାସ ତଳେ ଆମେ ବିଏମ୍‌ସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏ ସଂପର୍କରେ ଜଣାଇଥିଲୁ। ଏଇ କିଛି ଦିନ ତଳେ ଫୋନ କରି ମଧ୍ୟ ଏହି ସମସ୍ୟା ବିଷୟରେ ଜଣାଇଥିଲୁ। 

ପାଚେରି କାମ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭିସି। ସେ କହିଛନ୍ତି, ଯିଏ ଏହି ପାଚେରି ନିର୍ମାଣ କରିଥିଲେ, ତାଙ୍କୁ ଆମେ ପିଲର ଦେଇ କାନ୍ଥ ଉଠାଇବାକୁ କହିଥିଲୁ। ଆମ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ୟୁନିଟ ନାହିଁ। ଆମେ ମଝିରେ ମଝିରେ ତଦାରଖ କରିଥିଲୁ। କିନ୍ତୁ ଆମ ମଧ୍ୟରୁ କେହି ଟେକ୍ନିକାଲ ଲୋକ ନୁହନ୍ତି, ତେଣୁ ଆମେ ସେ ବିଷୟରେ (ନିମ୍ନମାନର କାମ) କେମିତି କହିବୁ। ଆମର ଯାହା କହିବାର ଅଛି ଆମେ ଆମ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇବୁ।

Bhubaneswar Ramadevi Women's University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe