Advertisment

ପଂଚାୟତରେ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା, ତ୍ରିପାକ୍ଷିକ ଏମଓୟୁ

ରାଜ୍ୟର ବିଭିନ୍ନ ପଂଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍ , ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

high speed internet

high speed internet

Advertisment

ରାଜ୍ୟର ବିଭିନ୍ନ ପଂଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍ , ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଭାରତନେଟ୍ ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟର ୧୩୨ଟି ବ୍ଲକ୍ ଅଧୀନରେ ଥିବା ୨୯୩୨ଟି ପଂଚାୟତକୁ ହାଇସ୍ପିଡ୍ ଇଂଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

Advertisment

ବିଏସଏନଏଲ୍ ମୁଖ୍ୟ ମହାପ୍ରବନ୍ଧକ ଆରଏନ ପଲାଇ ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୫୪୫କୋଟି ଟଙ୍କା ବିନିମୟରେ ୨୦ହଜାର କିମି ଲମ୍ବ ଅପ୍ଟିକାଲ ଫାଇବର କେବୁଲ୍ ମାଧ୍ୟମରେ ୧୩୨ଟି ବ୍ଲକର ୨୯୩୨ଟି ପଂଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ । ଯାହାଫଳରେ ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଙ୍ଗ, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇପାରିବେ ।

ଭାରତନେଟ୍ - ଓଡ଼ିଶା ପ୍ରକଳ୍ପ ଦ୍ୱାରା ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ପଂଚାୟତଗୁଡ଼ିକରେ ହାଇସ୍ପିଡ୍ ଇଂଟରନେଟ ସେବା ଉପଲବ୍ଧ ହେବ । ଓପିଟିସିଏଲ୍ ଓ ଓକାକ୍ ନିଜର ସଫଳ କାର୍ଯ୍ୟ ପାରିଦର୍ଶିତା ଦେଖାଇଛନ୍ତି ।

Advertisment

ଆଜି ଏହି ଏମଓୟୁ ସ୍ୱାକ୍ଷରବେଳେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲ୍ ନିର୍ଦ୍ଦେଶକ ବିବି ମେହେଟ୍ଟା , ଓକାକ୍ ସିଇଓ ମନୋଜ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Odisha Internet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe