Advertisment

ଟ୍ରକ୍‌କୁ ପଛରୁ ପିଟିଲା ବସ୍

ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା।

author-image
Jitendra Garnayak
Accident

Accident

ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଭଦ୍ରକରେ।

Advertisment

ଶନିବାର ରାତିରେ ଶୁଭଲକ୍ଷ୍ମୀ ନାମକ ଏହି ବସ୍ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭଦ୍ରକର ବୀଣା ପେଟ୍ରୋଲ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏହା ପଛରୁ ପିଟି ଦେଇଥିଲା।

ଏହି ଦୁର୍ଘଟଣାରେ ବସ୍‌ର ବାମ ପାର୍ଶ୍ୱଟି କ୍ଷତିଗ୍ରସ୍ତ ହୋଇଛି। ୭ ଜଣ ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି।

Advertisment

ଏହି ବସ୍‌ରେ କଟକରୁ ଚଢ଼ିଥିବା ଜଣେ ମହିଳା କହିଛନ୍ତି ଯେ ବସ୍‌ରେ ୧୫/୧୬ ଜଣ ଯାତ୍ରୀ ଥିଲେ। ବସ୍‌ଟି ଦ୍ରୁତ ଗତିରେ ଯାଉଥିଲା। ଦ୍ରୁତଗତିରେ ନ ଯିବା ପାଇଁ ଯାତ୍ରୀମାନେ ଡ୍ରାଇଭରଙ୍କୁ କହିଥିଲେ। କିନ୍ତୁ ଡ୍ରାଇଭର କାହା କଥା ଶୁଣି ନଥିଲେ। ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବାର ପ୍ରାୟ ୨୦/୩୦ ମିନିଟ୍ ପୂର୍ବରୁ ବାଟରେ ଖାଇବା ପାଇଁ ରହିଥିଲା। ଖାଇବା ପରେ ଯେତେବେଳେ ବସ୍‌ଟି ପୁଣି ଯାତ୍ରା ଆରମ୍ଭ କଲା ସେତେବେଳେ ବି ଦ୍ରୁତଗତିରେ ନଯିବାକୁ ଯାତ୍ରୀମାନେ କହିଥିଲେ। ତଥାପି ଡ୍ରାଇଭର ଶୁଣି ନଥିଲା। ଆଉ ବାଟରେ ଦୁର୍ଘଟଣା ଘଟିଲା।

Accident Bhadrak Road Accident