Advertisment

ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ; ଚଳୁ କରିଛନ୍ତି ୭ କୋଟି

ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ କାଲିଠୁ ଘରେ ପଶି ଘାଣ୍ଟୁଛି ସିବିଆଇ ।

author-image
Niharika Rout
CBI

CBI

ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ କାଲିଠୁ ଘରେ ପଶି ଘାଣ୍ଟୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏହି ଠକେଇ କରିଥିବା କୋଟିପତି ବିଜନେସମ୍ୟାନଜଣକ ହେଊଛନ୍ତି ଦ୍ୱାରିକାନାଥ ପାତ୍ର ।

Advertisment

ଦ୍ୱାରିକାନାଥ ପାତ୍ର ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ସେ ହୀରା, ସୁନା ବ୍ୟବସାୟ କରିଥାନ୍ତି। ନିଜ ବ୍ୟବସାୟ ନିମନ୍ତେ ସେ ୨୦୧୩ ମସିହାରେ ଆହ୍ଲାବାଦ ବ୍ୟାଙ୍କରୁ ୬ କୋଟି ଟଙ୍କା ଲୋନ୍‌ ନେଇଥିଲେ। ପରେ ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କରେ ମିଶି ଯାଇଥିଲା। ଯେଉଁ ବିଜନେସ ନାଁରେ ଲୋନ୍‌ କରିଥିଲେ,ସେ ଉକ୍ତ ବିଜନେସ କରି ନ ଥିବା ବେଳେ ବ୍ୟାଙ୍କକୁ ଲୋନ୍‌ ଶୁଝି ନ ଥିଲେ। ଫଳରେ ସୁଧ ମିଶି ଏହି ଲୋନ୍‌ ଟଙ୍କା ଏବେ ୭ କୋଟିକୁ ବୃଦ୍ଧି ପାଇଛି।

ଏନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ଦିଲ୍ଲୀ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ସିବିଆଇ ଭୁବନେଶ୍ୱର ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଗତକାଲିଠୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଦ୍ୱାରିକାନାଥ ପାତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ମାମଲା ରୁଜୁ କରିଛି ସିବିଆଇ। ଏହି ଘଟଣାରେ ସହିଦ ନଗର ଅଫିସ ଓ ଲକ୍ଷ୍ମୀ ସାଗର ଘର ଉପରେ ଗତକାଲିଠୁ ସିବିଆଇ ଚଢ଼ାଉ ଜାରି ରହିଛି। ଏ ନେଇ ଦ୍ୱାରିକା ନାଥ ପାତ୍ରଙ୍କ ସମେତ ପତ୍ନୀ ପୁଷ୍ପାଞ୍ଜଳି ପାତ୍ର, ପୁଅ ଉମାଶଙ୍କର ପାତ୍ର, ବୋହୂ ଶୁଭଶ୍ରୀ ପାତ୍ର, ଝିଅ ବିକିଶ୍ୟ ପାତ୍ର ଓ ପବ୍ଲିକ ସରଭ୍ୟାଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Bhubaneswar Cbi Raid Fraud