Advertisment

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢଉ

ଚଢ଼ାଉରେ ସିବିଆଇର ଦୁଇଟି ଟିମରେ ୮ଜଣ ଅଫିସର ସାମିଲ ହୋଇଥିଲେ।

Bhubaneswar aims

Bhubaneswar aims

Advertisment

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢଉ କରିଛି। ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇଥିଲା। ସିବିଆଇ ଟିମ୍ ଚଢଉ କରି ଟେଣ୍ଡର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

Advertisment

ଏଥିସହ ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟା ଠିକ୍‌ ହୋଇଥିଲା ଥିଲା ନା ନାହିଁ, ଏଥିରେ କିଛି ଅନିୟମିତତା ହୋଇଛି ନାହିଁ ସେନେଇ ପଚରାଉଚରା କରାଯାଇଥିଲା। ଚଢ଼ାଉରେ ସିବିଆଇର ଦୁଇଟି ଟିମରେ ୮ଜଣ ଅଫିସର ସାମିଲ ହୋଇଥିଲେ।

ସିବିଆଇ ଜବତ କରିଥିବା କାଗଜପତ୍ରର ତଦନ୍ତ କରି କେତେଜଣଙ୍କୁ ପଚରାଉଚରା ପାଇଁ ନୋଟିସ ଦେଇପାରେ ବୋଲି ସୂଚନା ମିଳିଛି।

Advertisment
Bhubaneswar CBI Cbi Raid Bhubaneswar Aiims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe