Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ

ପୂର୍ବରୁ ଏହି ଘଟଣାରେ ମାମଲା ରୁଜୁ କରିଥିବା ଜିଆରପି ଠାରୁ ତଦନ୍ତ ଭାର ନିଜ ହାତକୁ ନେଇଛି ସିବିଆଇ।

author-image
Jitendra Garnayak
ଅଦ୍ୟତନ ହୋଇଛି
CBI Team In Bahanaga

CBI Team In Bahanaga

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସିବିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି ଯେ ଜୁନ ୨ ତାରିଖରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନକୁ ନେଇ ସଂଗଠିତ ଦୁର୍ଘଟଣାରେ ମାମଲା ରୁଜୁ କରାଯାଇଛି। ରେଳ ମନ୍ତ୍ରାଳୟର ଅନୁରୋଧ, ଓଡ଼ିଶା ସରକାରଙ୍କ ସହମତି ଓ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ୍ରମେ ଏହି ଘଟଣାରେ ମାମଲା ରୁଜୁ କରାଯାଇଛି।

ପୂର୍ବରୁ ଏହି ଘଟଣାରେ ମାମଲା ରୁଜୁ କରିଥିବା ଜିଆରପି ଠାରୁ ତଦନ୍ତ ଭାର ନିଜ ହାତକୁ ନେଇଛି ସିବିଆଇ। ଜିଆରପି ନିଜ ପକ୍ଷରୁ ଏହି ଘଟଣାରେ ଏକ ମାମଲା ରୁଜୁ କରିଥିଲା। ବାଲେଶ୍ୱର ଜିଆରପି ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବାଲେଶ୍ୱର ଜିଆର୍‌ପି ଥାନାର ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ମାମଲା ରୁଜୁ ହୋଇଥିଲା। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଥିଲା। ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪, ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ ହୋଇଥିଲା।

Advertisment

ଦୁର୍ଘଟଣାସ୍ଥଳ ବାହାନଗାରେ ପହଞ୍ଚି ସିବିଆଇ ଟିମ୍ ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ଆଜି ଏକ ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଥିଲେ। ସେମାନେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଞ୍ଚ କରିଥିଲେ। ସେମାନଙ୍କ ସହିତ ଫରେନସିକ୍ ଟିମ୍ ରହିଥିଲେ। ବାହାନଗା ଷ୍ଟେସନର ସିଗନାଲ ରୁମରେ ମଧ୍ୟ ଯାଞ୍ଚ କରିଥିଲେ ସିବିଆଇ ଟିମ୍। ସିଗନାଲ ରୁମ୍‌ରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସିଗନାଲ ରୁମ୍‌ ପରେ ଷ୍ଟେସନ ମାଷ୍ଟରଙ୍କ ଅଫିସରେ ଖୋଳତାଡ଼ କରିଥିଲେ।

ଏହି ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫ ଜଣଙ୍କୁ ଚିହ୍ନଟ କରାଯାଇଛି। ବାକି ମୃତଦେହଗୁଡ଼ିକର ଚିହ୍ନଟ ହୋଇପାରି ନଥିବା ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। 

Train Accident