Advertisment

ବାଣିକ୍‌ ଉପରେ ସେଣ୍ଟ୍ରାଲ ଜିଏସଟି ରେଡ୍, ବିଜେଡି ନେତାଙ୍କ ଲିଙ୍କକୁ ନେଇ ବଢ଼ିଲା ଚର୍ଚ୍ଚା

ଏନେଇ ଜିଏସ୍‌ଟି ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁ କହିଛନ୍ତି, ଏହି ମାମଲାରେ ତଦନ୍ତ ଚାଲିଛି। ଠକେଇ ସ୍ପଷ୍ଟ ହେବା ପରେ ସୂଚନା ଦିଆଯିବ।

ଅଦ୍ୟତନ ହୋଇଛି
Vanik

Vanik

Advertisment

ରାଜଧାନୀର ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ବାଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ରେଡ୍ ହୋଇଛି। ଡାଇରୋକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟର ୨ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି।

Advertisment

ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଗତ ୫ବର୍ଷ ମଧ୍ୟରେ ମ୍ୟାଟେରିଆଲ ଯୋଗାଣ ବାବଦରେ ୧୮ ପ୍ରତିଶତ ଟିକସ ଫାଙ୍କିଥିବା ନଜରକୁ ଆସିଛି । ଗତକାଲି ବଣିକ କୋଚିଂ ସେଣ୍ଟର ଉପରେ ଜିଏସଟିର ଦୁଇଟି ଟିମର ୩୦ଜଣ ଅଧିକାରୀ ବଣିକ ଉପରେ ଚଢଉ କରିଥିଲେ । ଚଢଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବଣିକର ସିଏମଡି ସୁବ୍ରତ ଛାଟୋଇଙ୍କୁ ମଧ୍ୟ ଗତକାଲି ପଚରାଉଚରା କରାଯାଇଥିଲା। ତେବେ ଏନେଇ ବାଣିକ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତେବେ ବାଣିକ୍ ଇନଷ୍ଟିଚ୍ୟୁଟ୍‌ର  ମାଲିକ ସୁବ୍ରତ ଛାଟୋଇ ଜଣେ ବିଜେଡି ନେତା ବୋଲି ଜଣାପଡ଼ିଛି । ଏହା ସହିତ ସେ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।

Advertisment

ବାଣିକ୍ କୋଚିଂ ସେଣ୍ଟର ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର। ଏଠାରେ ଆଇଏଏସ୍, ଓଏଏସ୍ ଏବଂ ୟୁପିଏସ୍‌ସି ସହ ବିଭିନ୍ନ କଂପିଟିଟିଭ୍ ପରୀକ୍ଷା ଲାଗି କୋଚିଂ ଦିଆଯାଏ ବୋଲି ଜଣାପଡ଼ିଛି।

ଏନେଇ ଜିଏସ୍‌ଟି ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁ କହିଛନ୍ତି, ଏହି ମାମଲାରେ ତଦନ୍ତ ଚାଲିଛି। ଠକେଇ ସ୍ପଷ୍ଟ ହେବା ପରେ ସୂଚନା ଦିଆଯିବ। ତେବେ କୌଣସି ସ୍ଥାନରେ ଠକେଇ ହେଉଥିବା ଖବର ମିଳିବା ପରେ ବହୁ ତନଖି ଓ ଗୁଇନ୍ଦା ସୂଚନା ଆଧାର କରି ହିଁ ଚଢ଼ାଉ ହୋଇଥାଏ।

ଓଡ଼ିଶାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୨୨୦୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଚଢ଼ଉ ବେଳେ ଧରାପଡ଼ିଛି। ଯାହାପରେ ବିଭିନ୍ନ ସେବାଦ୍ରବ୍ୟ କଳାକାରନାରେ ଓଡ଼ିଶାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଅନୁମାନ କରାଯାଉଛି। ବିଭିନ୍ନ ଘଟଣାରେ ପ୍ରାୟ ୧୨୭ଟି ମାମଲା କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସେପଟେ ଏନେଇ ବିଜେଡିକୁ ଟାର୍ଗେଟ କରି କଂଗ୍ରସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଓଡ଼ିଶାରେ ଯେତେ ଫେକ୍ ଚାକିରି ସବୁଥିରେ ବିଜେଡି ସଂପୃକ୍ତ। ବଣିକରେ କୋଚିଂ ନେଉଥିବା ସବୁ ପିଲାଙ୍କୁ ଚାକିରି ଆସ୍ୟୁର କରାଯାଉଥିଲା। ରାଜ୍ୟ ସରକାରଙ୍କ ଯେଉଁ ଚାକିରି ବାହାରିବ ନିଶ୍ଚିତ ମିଳିବ କୁହାଯାଉଥିଲା। ବଣିକ ସିଏମଡି ସୁବ୍ରତ ଛାଟୋଇ ବିଜେଡି ଆଇଟି ସେଲର ଜଣେ ସଦସ୍ୟ। ବିଜେଡି ଲୋକ ଆଇଟି ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ବିଜେଡିର ଯେଉଁ ଲୋକ ଏଥିରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ ବୋଲି ଶ୍ରୀ ସାଲୁଜା କହିଛନ୍ତି।

GST Scam GST Gst Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe