Advertisment

ସବୁ ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ, ପଶିବ ସିବିଆଇ

ଫେକ୍‌ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Crime Branch inquiry

Crime Branch inquiry

ପୋଷ୍ଟାଲ ଡିପାର୍ଟମେଣ୍ଟରେ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଫେକ୍‌ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ନେଇ ଏପର୍ଯ୍ୟନ୍ତ ୪୨ଟି ଘଟଣା ସାମ୍ନାକୁ ଆସିଥିବାରୁ ଡାକ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ସେପଟେ ୨୦୧୮ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏହାବ୍ୟତୀତ ଡାକ ବିଭାଗରେ ୧୯୮୨ଟି ପଦବୀ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ଏଯାଏଁ ପ୍ରାୟ ୪୨ଟି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଛି। ତେଣୁ ଆଗାମୀ ନିଯୁକ୍ତିବେଳକୁ ଏସ୍‌ଓପି ଜାରି କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଡାକ ବିଭାଗ ନିର୍ଦ୍ଦେଶକ।

Advertisment

ତେଣେ ନକଲି ସାର୍ଟିଫିକେଟ କାରବାରର ପେଣ୍ଠସ୍ଥଳ ବଲାଙ୍ଗିରରୁ ନିଇତି ଆସୁଛି ନୂଆ ତଥ୍ୟ। ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହ ୪ ଅଭିଯୁକ୍ତଙ୍କୁ ଛାଡ଼ି ଆଉ ୭ ଜଣିଆ ସିଣ୍ଡିକେଟର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ। ଏହି ୭ ଜଣଙ୍କ ଭିତରେ ରହିଛନ୍ତି କିଛି ଦଲାଲ ଓ ସରକାରୀ କର୍ମଚାରୀ। ଯାହାଙ୍କୁ ଧରି ପଚରାଉଚରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ନକଲି ସାର୍ଟିଫିକେଟ ତିଆରି ହେଉଥିବା କୋଚିଂ ସେଣ୍ଟରରୁ ଜବତ ୪ କମ୍ପ୍ୟୁଟର, ୨ ଲାପଟପକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବକୁ ପଠାଇବାକୁ ବଲାଙ୍ଗି ଏସ୍‌ଡିଜେଲମ୍‌ କୋର୍ଟଙ୍କ ଅନୁମତି ପାଇଛି।

ସେପଟେ ସମ୍ବଲପୁର ଫେକ୍ ସାର୍ଟିଫିକେଟ୍ ମାମଲାରେ ସାମ୍ନାକୁ ଆସିଛି ବଲାଙ୍ଗିର ଲିଙ୍କ। ୬ ଜଣ ଭିତରୁ ୩ ଜଣଙ୍କର ବଲାଙ୍ଗିର ଲିଙ୍କ୍ ଥିବା ପ୍ରମାଣ ପାଇଛି ସମ୍ବଲପୁର ପୁଲିସ। ଯାହାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ, ଏହି ୬ ଜଣ ବରଗଡ, କଳାହାଣ୍ଡି, ଦେବଗଡ, ଭଦ୍ରକ ଓ ଜଗତସିଂପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଯେଉଁମାନେ ଉତ୍ତରପ୍ରଦେଶର ଏକ ଶିକ୍ଷାନୁଷ୍ଠାନରୁ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ମାଟ୍ରିକ ପାସ କରିଥିବା ଦର୍ଶାଇ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ। କିନ୍ତୁ ସାର୍ଟିଫିକେଟ୍ ଭେରିଫିକେସନବେଳକୁ ଇଂରାଜୀରେ ଲେଖିଥିବା ଅଣ୍ଡରଟେକିଂ ହିଁ ଧରାପକାଇ ଦେଇଥିଲା ସବୁ ମିଛକୁ।

Advertisment
Job Scam Fake Certificate