Advertisment

ବଦଳିବ ପାଗ, ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି

୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Rainfall Forecast

Rainfall Forecast

Advertisment

୫ ଦିନ ହେଲା ରାଜ୍ୟରେ ହେଉଛି ଅସହ୍ୟ ଖରା। କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। କାରଣ ଆଜିଠାରୁ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି ଏହି ସୂଚନା।  

Advertisment

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଯେଉଁ ଶୁଷ୍କ ପବନ ପ୍ରବାହିତ ହେଉଥିଲା ତା’ର ଦିଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ତା’ଛଡ଼ା ଗୁରୁଚାପ ବଳୟ, ଯାହା ବଙ୍ଗୋପସାଗରର ଦକ୍ଷିଣକୁ ଥିଲା ତାହା ଧୀରେ ଧୀରେ ଓଡ଼ିଶା ମୁହାଁ ହୋଇଛି। ଫଳରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା, ତା’ର ପ୍ରଭାବ ଧୀରେ ଧୀରେ କମିବ। ତା’ସହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିଲେ ଏହି ତାପମାତ୍ରା ପ୍ରଭାବରେ ଆସି ବର୍ଷା ହେବ। ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେଉଁଠି ନା କେଉଁଠି ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ବର୍ଷାର ସମ୍ଭାବନା ରହିଛି। ତେଣୁ ଗତ କିଛି ଦିନ ଧରି ଯେଉଁ ତାତି ରହୁଥିଲା, ତାହା ଆସନ୍ତାକାଲିଠାରୁ ଟିକେ କମିବ। ୧୬ ତାରିଖ ଠାରୁ ବର୍ଷାର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସେ ଆହୁରି କହିଛନ୍ତି, ଏକ ନିମ୍ନ ଚାପ ରେଖା ଉତ୍ତର ଛତିଶଗଡ଼ରୁ ବାହାରି ମହାରାଷ୍ଟ୍ର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଫଳରେ ଦକ୍ଷିଣ  ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଜଳୀୟବାଷ୍ପର ପରିମାଣ ବଢ଼ିବା ସହିତ ପବନର ଦିଗ ବଦଳିଲେ ତାପମାତ୍ରା ହ୍ରାସ ପାଇବ।  

Advertisment

ତେବେ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୋନପୁର ଓ ବୌଦ୍ଧ। ଏହି ସବୁ ସ୍ଥାନଗୁଡ଼ିକରେ ତାପମାତ୍ର ୪୦ ଡିଗ୍ରୀ ବା ଏହା ପାଖାପାଖି ରହିବ।  

ସୂଚନା ମୁତାବକ, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ବାରିପଦାରେ ସର୍ବାଧିକ ତାପମାତ୍ରା(୪୨.୫ ଡିଗ୍ରୀ) ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ, ସମ୍ବଲପୁର ୪୧.୮, ଭୁବନେଶ୍ୱରରେ ୪୦.୨, ଚାନ୍ଦବାଲିରେ ୪୦ ଡିଗ୍ରୀ, ହୀରାକୁଦରେ ୪୦, କେନ୍ଦୁଝରରେ ୩୮, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଗୋପାଳପୁର ଓ ପୁରୀରେ ୩୩.୨ ଡିଗ୍ରୀ, ପାରାଦୀପରେ ୩୨.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।

Rain Alert Weather Report Weather
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe