/odisha-reporter/media/post_attachments/uploadimage/library/16_9/16_9_0/IMAGE_1678892038.jpg)
matric exam
ଚାଲିଥିବା ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ନେଇ ବହୁ ଅଭିଯୋଗ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ପ୍ରତିକାରମୂଳକ ପଦକ୍ଷେପ। ମାଟ୍ରିକ ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
Advertisment
ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟ ବଦଳିଛି। ନିୟମ ମୁକାବକ ନୋଡାଲ ସେଣ୍ଟରରୁ ସାଢ଼େ ୬ଟା ପୂର୍ବରୁ ନିଆଯାଇ ପାରିବନି ପ୍ୟାକେଟ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ୬ଟା ୪୫ରୁ ସାଢ଼େ ୭ରେ ପହଞ୍ଚିବ।
୬ଟା ୪୫ ପୂର୍ବରୁ ପ୍ୟାକେଟ ନପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ। ଯଦି କେହି ଏହାର ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
