Advertisment

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା।

author-image
Manoranjan Sial
Rukuna Rath

Rukuna Rath

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା। ନୀତିକାନ୍ତିରେ ଅହେତୁକ ବିଳମ୍ବ ପରେ ରଥଟଣା ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ବହୁ ଡେରିରେ ଆରମ୍ଭ ହୋଇଥିଲା। ୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ମଧ୍ୟ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା।

Advertisment

ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ଦିନ ତମାମ ଚଳଚଳଞ୍ଚଳ ହୋଇଥିଲା ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

Bhubaneswar Bhubaneswar News Rukuna Rathayatra