Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଛତିଶଗଡ଼ ରାଜ୍ୟପାଳଙ୍କ ଉଦବେଗ

ଓଡ଼ିଶା ରିପୋର୍ଟକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ଯେତେଶୀଘ୍ର ସମ୍ଭବ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାରର ଗଣତି କରନ୍ତୁ।

Chhattisgarh Governor Biswabhusan Harichandan

Chhattisgarh Governor Biswabhusan Harichandan

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଓଡ଼ିଶା ରିପୋର୍ଟକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ଯେତେଶୀଘ୍ର ସମ୍ଭବ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାରର ଗଣତି କରନ୍ତୁ। ରତ୍ନଭଣ୍ଡାରରେ ଯାହା ଥିଲା ତାକୁ ଦେଖିବାରେ କୌଣସି ଅସୁବିଧା ନାହିଁ। ରତ୍ନଭଣ୍ଡାରରେ କ’ଣ ଅଛି, ତାହା ତୁରନ୍ତ ଗଣତି ହେବା ସହ ମରାମତି ହେବା ଆବଶ୍ୟକ। ଏଥିପାଇଁ ପ୍ରଶାସନିକ କମିଟି ତୁରନ୍ତ ନିଷ୍ପତ୍ତି ନେବା ଦରକାର।

Advertisment

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସେ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଚାବି ହଜିଗଲା ବୋଲି ଯେ ରତ୍ନଭଣ୍ଡାର ଖୋଲା ହେବନି, ତାହା ଠିକ୍‌ ନୁହେଁ। ତାକୁ ଖୋଲି ଯାହା ଧନରତ୍ନ ଥିଲା ତାହା ଦେଖିବା ଉଚିତ୍। ତାହାର ଗଣତି କରାଯିବା ଉଚିତ୍। ୧୯୭୮ରେ ସେ ଆଇନମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲି ଗଣତି କରାଯାଇଥିଲା। ଏହାପରେ ଯଦି ଅଳଙ୍କାର ନେଇ କୌଣସି ପ୍ରଶ୍ନ ଉଠେ, ତେବେ ତାହା ଉପରେ ପଦକ୍ଷେପ ନିଆଯାଇ ଗଣତି ହେବା କଥା। ରତ୍ନ ଭଣ୍ଡାରରେ ଯାହା ସବୁ ସଂରକ୍ଷିତ ଥିଲା ତାହା ସଂରକ୍ଷିତ ଅଛି ନା ନାହିଁ ଦେଖିବା ଉଚିତ୍। ତାହାକୁ ଦେଖିବାରେ କୌଣସି ଅସୁବିଧା ନାହିଁ। ତାହାକୁ ଦେଖିବା ଆବଶ୍ୟକ। ଏନେଇ ଆଇନରେ ବ୍ୟବସ୍ଥା ମଧ୍ୟ ଅଛି। କାରଣ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଓ ଏହି ରତ୍ନଭଣ୍ଡାରକୁ ନେଇ ସମସ୍ତେ ଗର୍ବିତ। 

ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଓ ମରାମତି ନେଇ ସେ କହିଛନ୍ତି, ଏଏସ୍‌ଆଇ ଏହାର ମରାମତି ତୁରନ୍ତ କରିବା ଉଚିତ୍। ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଭିତର ରତ୍ନଭଣ୍ଡାର ମରାମତି ଦିଗରେ ପଦକ୍ଷେପ ନେବା ଉଚିତ୍। ମାତ୍ର ଏନେଇ କାହିଁକି ପଦକ୍ଷେପ ନିଆଯାଉନାହିଁ ତାହା ଜଣାନାହିଁ ବୋଲି ଶ୍ରୀ ହରିଚନ୍ଦନ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି। 

Advertisment
Puri Ratna Bhandar Shreejagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe