Advertisment

ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ: ରୋହିତ ପୂଜାରୀ

ମନ୍ତ୍ରୀ ପଦ ଚାଲିଗଲା ପରେ ସେ କହିଛନ୍ତି, ମୋର ଯାହା ପ୍ରୟାଶ ଥିଲା ସେଥିରେ ଆଉ କିଛି କରିବି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଥିଲା। ତାହା ବୋଧହୁଏ ପୂର୍ଣ୍ଣ ହୋଇପାରିନି।

ଅଦ୍ୟତନ ହୋଇଛି
Rohit Pujari

Rohit Pujari

Advertisment

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଆଜି ମନ୍ତ୍ରୀ ପଦ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ଯାହା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପୂଜାରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ହେଲେ ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ମୋର ଦୁଃଖ ନାହିଁ। ଆଗକୁ ଆହୁରି ଶିଖିବି, ଯାହା ଦାୟିତ୍ୱ ଦେବେ କରିବି।

Advertisment

ମୁଖ୍ୟମନ୍ତ୍ରୀ ବିଗତ ଦିନରେ ବହୁତ ଆଶୀର୍ବାଦ କରିଛନ୍ତି। ମତେ ଜିଲ୍ଲା ସଭାପତି କରିଥିଲେ। ଲିପ୍ଟ ଇରିଗେସନ୍ ବିଭାଗ ଚେୟାରମ୍ୟାନ୍ କରିଥିଲେ। ଦୁଇଦୁଇ ଥର ବିଜେଡି ଟିକେଟ ଦେଇଥିଲେ ଓ ଡେପୁଟୀ ଚିଫ୍‌ ହୁଇପ୍‌ କରିଥିଲେ। ପରେ ମନ୍ତ୍ରୀ କରିଥିଲେ। ମୋ ପକ୍ଷରୁ ସବୁ ପ୍ରକାର ପ୍ରୟାଶ କରିଛି। ଯଦି କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ମୋର ଏଫଟରେ ସନ୍ତୁଷ୍ଟ ନଥିବେ ତେବେ ଏଥିପାଇଁ ଦୁଃଖ ନାହିଁ। ମୁଁ ନୂଆ ମନ୍ତ୍ରୀ ହୋଇଥିଲି, ଆଗକୁ ସମୟ ଅଛି ଓ ଶିଖିବା ସହ କାମ କରିବି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଆଗକୁ କରିବି।

ମୋର ଯାହା ପ୍ରୟାଶ ଥିଲା ସେଥିରେ ଆଉ କିଛି କରିବି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଥିଲା। ତାହା ବୋଧହୁଏ ପୂର୍ଣ୍ଣ ହୋଇପାରିନି। ବୋଧହୁଏ ସେଥିପାଇଁ ସେ ମୋତେ ବାଦ୍‌ ଦେଇଛନ୍ତି। ଉନ୍ନତିକରଣ ଏକ ଧାରାବାହିକ ପ୍ରକ୍ରିୟା, ମୋ ଠାରୁ ଆରମ୍ଭ ହେଉନି କି ମୋ ଠାରେ ସରୁନି। ବିଗତ ଦିନରେ ଭଲ କାମ ହୋଇଛି, ଆଗକୁ ଆହୁରି ଭଲ କାମ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Advertisment

ତେବେ ବୟସ ଫ୍ୟାକ୍ଟରକୁ ନେଇ ନିର୍ବାଚନରୁ ନେତା ଦୂରେଇ ଯିବା ପ୍ରସଙ୍ଗରେ ସେ ପୂର୍ବରୁ ରଖିଥିବା ମତକୁ ଦୃଷ୍ଟିରେ ରଖି ତାଙ୍କ ମନ୍ତ୍ରୀ ପଦ ଚାଲିଗଲା କି? ବୋଲି ସାମ୍ୱାଦିକଙ୍କ ପ୍ରଶ୍ନରେ ଚୁପ୍ ରହିଛନ୍ତି ଶ୍ରୀ ପୂଜାରୀ। ସେ ଏହାର କୌଣସି ଉତ୍ତର ରଖି ନାହାନ୍ତି।

Bjd Politics Odisha Minister Rohit Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe