Advertisment

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ, ରାଜ୍ୟବାସୀଙ୍କୁ ଆଶ୍ୱାସନା: ନବ ହତ୍ୟାର ଦୋଷୀଙ୍କୁ ଦଣ୍ଡ ନିଶ୍ଚିତ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୫୨ଦିନ ପରେ ବି ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ସମାଲୋଚନା ଜାରି ରଖିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲଟା ଜବାବ ଦେବା ସହ କଟାକ୍ଷ କରିଛନ୍ତି ।

Chief Minister

Chief Minister

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୫୨ଦିନ ପରେ ବି ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ସମାଲୋଚନା ଜାରି ରଖିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲଟା ଜବାବ ଦେବା ସହ କଟାକ୍ଷ କରିଛନ୍ତି ।  ହତ୍ୟା ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ଓ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ସୁନିଶ୍ଚିତ କରାଇବା ତାଙ୍କ ସରକାରର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କୁ ଜବାବ ଦେଇ କହିଛନ୍ତି ଯେ, ଏହି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ବିଧାନସଭାରେ ତାଙ୍କ ଦ୍ୱାରା ଥରେ ବୟାନ ଦିଆଯାଇଛି । ଏହି ସମ୍ବେଦନଶୀଳ ମାମଲାରେ ଏପର୍ଯ୍ୟନ୍ତ କୌଣସି ପୁଲିସ ଅଧିକାରୀ ଅବା ଅନ୍ୟ କେହି କର୍ତ୍ତୃପକ୍ଷ କୌଣସି ସୂଚନା ଗଣମାଧ୍ୟମ ସମେତ କାହାରିକୁ ଦେଇନାହାନ୍ତି । ତଦନ୍ତ ଏବେ ଜାରି ରହିଛି ଓ ଚାର୍ଜସିଟ୍ ମଧ୍ୟ ଆଇନ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ଦାଖଲ କରାଯିବ । ଅଭିଯୁକ୍ତ ଜଣେ ପାଗଳ  ଅବା ଅଭିଯୁକ୍ତକୁ ପାଗଳ ଦର୍ଶାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି ବୋଲି ବିରୋଧୀଙ୍କୁ କିଏ କହିଲା ।  ବିରୋଧୀ ଦଳ ସଂକୀର୍ଣ୍ଣ ରାଜନୀତିକ ଫାଇଦା ନେବାକୁ ଏଭଳି ମିଛ କଥା କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ତାଙ୍କ ସରକାର ସର୍ବଦା ନ୍ୟାୟ ସହ ରହିଛନ୍ତି । ନବ ଦାସ ହତ୍ୟା ମାମଲାରେ ତାଙ୍କ ସରକାରର ଦୁଇଟି ଉଦ୍ଦେଶ୍ୟ ରହିଛି । ପ୍ରଥମତଃ ଏହି ହତ୍ୟା ପଛର ସତକୁ ପର୍ଦ୍ଦଫାସ୍ କରିବା ଓ ଦ୍ୱିତୀୟତଃ ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଦଣ୍ଡକୁ ସୁନିଶ୍ଚିତ କରାଇବା । ସେଥିପାଇଁ ତଦନ୍ତରେ ରାଜ୍ୟ ଓ କେନ୍ଦ୍ରର ସମସ୍ତ ପେଷାଦାର ଏଜେନ୍ସୀକୁ ସାମିଲ ଓ ବୈଜ୍ଞାନିକ ପ୍ରକ୍ରିୟାକୁ ପାଳନ କରାଯାଇଛି । ସମ୍ପୂର୍ଣ୍ଣ ତଦନ୍ତର ତଦାରଖ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯାଉଛି । ଏହାସତ୍ତ୍ୱେ ସରକାର ତଦନ୍ତକୁ ନେଇ କିଛି ଲୁଚାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଏଥିରୁ ସେମାନଙ୍କର ରାଜନୀତିକ ସୁବିଧାବାଦୀର ଗନ୍ଧ ଆସୁଛି ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରୁଛନ୍ତି ଯେ, ବିରୋଧୀଙ୍କ ଦ୍ୱାରା କରାଯାଉଥିବା ସମସ୍ତ ସମ୍ବେଦନଶୀଳ ମାମଲାର ତଦନ୍ତ କରାଯିବ । ଦୋଷୀଙ୍କୁ ଦଣ୍ଡ ମିଳିବ । ଆଉ ଏହା ହେବାବେଳେ ବିରୋଧୀଙ୍କ ସଂକୀର୍ଣ୍ଣ ରାଜନୀତିକ ମାନସିକତା ସମ୍ପର୍କରେ ରାଜ୍ୟବାସୀ ଆପେ ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ରାଜ୍ୟରେ ଆଇନର ଶାସନ ନାହିଁ ବୋଲି ବିରୋଧୀ ଯାହା ଅଭିଯୋଗ କରୁଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ,  ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶର ପରିମାଣ, ଶିଳ୍ପ ଓ କୃଷି ଉତ୍ପାଦନ, ମାଲ ପରିବହନ ସହ ହକି ବିଶ୍ୱକପ୍ ଆୟୋଜନ, ନିର୍ବାଚନ, ରଥଯାତ୍ରା ଓ ପରୀକ୍ଷା ଆଦିର ସଫଳ ଆୟୋଜନରୁ ସ୍ପଷ୍ଟ ହୋଇଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅବା ଆଇନର ଶାସନ ନଥିଲେ ଏସବୁ ସମ୍ଭବପର ହୋଇଥାନ୍ତା କି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ମାଓବାଦୀ ସମସ୍ୟା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ରହିଛି ଓ ଓଡ଼ିଶା ଏସବୁ ପ୍ରସଙ୍ଗକୁ ବେଶ୍ ଭଲ ଭାବେ ମୁକାବିଲା କରିଛି । ରାଜ୍ୟର ଅଭିବୃଦ୍ଧି ହାର ଓ ରାଜସ୍ୱ ସଂଗ୍ରହର ସିଧାସଳଖ ସମ୍ପର୍କ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସହ ରହିଛି । ଓଡ଼ିଶା କ୍ରମାଗତ ଭାବେ ସର୍ବାଧିକ ଅଭିବୃଦ୍ଧି ହାରରେ ରେକର୍ଡ କରୁଛି ଓ ବର୍ଷକୁ ବର୍ଷ ମଧ୍ୟ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଉଛି । ତେଣୁ ରାଜ୍ୟରେ ଆଇନର ଶାସନ ନାହିଁ ବୋଲି ବିରୋଧୀ ଅଭିଯୋଗ କରିବାବେଳେ ସେମାନଙ୍କ ମନେରଖିବା ଉଚିତ୍ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭବେଳେ ଯେଉଁ ନିବେଶକମାନେ ତାଙ୍କୁ ଭେଟୁଥିଲେ-ଓଡ଼ିଶା ଗୋଟିଏ ଶାନ୍ତିପୂର୍ଣ୍ଣ ରାଜ୍ୟକୁ ନେଇ ପ୍ରଶଂସା କରୁଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନଥିବା ଓ ଓଡ଼ିଶା ଗୋଟିଏ ଶାନ୍ତିପୂର୍ଣ୍ଣ ରାଜ୍ୟ ହୋଇଥିବାରୁ ସେମାନେ ଏଠାକୁ ପୁଞ୍ଜିନିବେଶ କରିବାକୁ ଆସିଥିବା କହୁଥିଲେ । ଯଦି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଖରାପ ଥାନ୍ତା କେହି ଏଠାକୁ ନିବେଶ କରିବାକୁ ଆସୁନଥାନ୍ତେ କି ଓଡ଼ିଶାରେ ଏତେ ବିପୁଳ ପରିମାଣର ନିବେଶ ହେଉନଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Cmo Of Odisha Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe