ଓଡ଼ିଶା ଗସ୍ତରେ ପ୍ରଧାନ ବିଚାରପତି, ଶ୍ରୀମନ୍ଦିରରେ କଲେ ପୂଜାର୍ଚ୍ଚନା

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଶ୍ରୀମନ୍ଦିର ସାମ୍ନାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼

  • Published: Friday, 05 May 2023
  • , Updated: 05 May 2023, 09:30 PM IST

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ଭୁବନେଶ୍ୱରରେ ପହଂଚିବା ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ସେ ଆସନ୍ତାକାଲି କଟକରେ ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଆଜି ଭୁବନେଶ୍ୱରରୁ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସହ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ପୁରୀ ଗସ୍ତ କରିଥିଲେ ।  ଜଷ୍ଟିସ ଚନ୍ଦ୍ରଚୂଡ଼ ଆସନ୍ତାକାଲି କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ‘ଡିଜିଟାଇଜେସନ, ପେପରଲେସ୍ କୋର୍ଟ ଆଣ୍ଡ ଇ-ଇନିସିଏଟିଭି’ ଶୀର୍ଷକ ଜାତୀୟ ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଗତ ଫେବୃୟାରୀ ମାସରେ ରାଜ୍ୟର ୧୦ଟି ଜିଲ୍ଲାରେ ‘ଭର୍ଚୁଆଲ ହାଇକୋର୍ଟ’ର ଭର୍ଚୁଆଲ ଉଦଘାଟନ ମଧ୍ୟ କରିଥିଲେ ।

Related story