ମୁଖ୍ୟମନ୍ତ୍ରୀଙ୍କ ବିମାନ ବୁଲା: ୨ ବର୍ଷରେ ୬୪ ଥର, ଏୟାରକ୍ରାଫ୍ଟରେ ଯାଆନ୍ତି ଦିଲ୍ଲୀ

ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ରୋମ-ଇଟାଲୀ-ଦୁବାଇ ଗସ୍ତ ପାଇଁ ସରକାରୀ ତହବିଲରୁ ପ୍ରାୟ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Naveen Patnaik PhotoTwitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 13 March 2023
  • Updated: 13 March 2023, 05:44 PM IST

Sports

Latest News

ରାଜକୋଷ ପାଣ୍ଠିରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀମାନେ ନିଜର ବିମାନରେ ବୁଲିବା ସଉକକୁ ପୂରା କରିଛନ୍ତି । ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବୃୟାରୀ ମଧ୍ୟରେ ମୋଟ ୩୧.୩୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବଧି ମଧ୍ୟରେ କଟକ ଓ ପୁରୀ ଯିବା ପାଇଁ ମଧ୍ୟ ହେଲକପ୍ଟର ଉପଯୋଗ କରିବାକୁ ପଛାଇ ନାହାନ୍ତି । ଆଉ ଦିଲ୍ଲୀ,ମୁମ୍ବାଇ, ହାଇଦ୍ରାବାଦ ଆଦି ସହରକୁ ଗସ୍ତବେଳେ ବି ରାଜବାସୀଙ୍କ ଟିକସ ଅର୍ଥରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଧରି ଯାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଗତ ୨ବର୍ଷ ମଧ୍ୟରେ ଭଡ଼ାରେ ଆସିଥିବା ହେଲକପ୍ଟର ଓ ଏୟାରକ୍ରାପ୍ଟରେ ୬୪ଥର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗତବର୍ଷ ରୋମ-ଇଟାଲୀ-ଦୁବାଇ ଗସ୍ତ ପାଇଁ ସରକାରୀ ତହବିଲରୁ ପ୍ରାୟ ୮୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଗତ ୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେତିକି ଥର ବିମାନ ଉଡ଼ାଣ କରିଛନ୍ତି ସେତିକିଥର ସଚିବାଳୟ (ଲୋକସେବା ଭବନ) କିମ୍ବା ବିଧାନସଭାକୁ ଆସିବାକୁ ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସର୍ବାଧିକ ୨୧ଥର ବିମାନରେ ଉଡ଼ାଣ କରିଛନ୍ତି । ସେଥିରେ ଅଧିକାଂଶ ଥର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ଯାଇଥିବା ସୂଚନା ମିଳିଛି ।

ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ-ଇଟାଲୀ-ଦୁବାଇ ଗସ୍ତରେ ଯିବା ପାଇଁ ରାଜ୍ୟ ରାଜକୋଷରୁ ମୋଟ ୮୨ଲକ୍ଷ ୯୨ହଜାର ୪୪୯ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୨ ମାର୍ଚ୍ଚ ୨୮ରୁ ଡିସେମ୍ବର ୬ତାରିଖ ମଧ୍ୟରେ ଦିଲ୍ଲୀକୁ ୧୨ଥର, ମୁମ୍ବାଇକୁ ୨ଥର, ବାଙ୍ଗାଲୋର ଓ ହାଇଦ୍ରାବାଦକୁ ଥରେ ଲେଖାଏଁ ଏଭଳି ମୋଟ ୧୬ଥର ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଯିବାଆସିବା କରିଛନ୍ତି । ଯାହାବାବଦରେ ରାଜକୋଷରୁ ୪.୪୯କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବୃୟାରୀ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ଭିତରେ ୧୨ଥର ଏୟାରକ୍ରାଫ୍ଟ ଉପଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ୪ଜଣ ମନ୍ତ୍ରୀ (ଦିବ୍ୟଶଙ୍କର ମିଶ୍ର ଓ ପଦ୍ମନାଭ ବେହେରା ଗୋଟିଏ ଥର ଲେଖାଏଁ, ମନ୍ତ୍ରୀ ନବ ଦାସ ଓ ତୁଷରକାନ୍ତି ବେହେରା ୮ଥର) ମୋଟ ୧୦ଥର ରାଜ୍ୟ ଭିତରେ ଏୟାରକାଫ୍ଟ୍ର ଭଡ଼ାରେ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଏହି ୪ ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ଭିତରେ ଏୟାରକାଫ୍ଟ୍ର ଉପଯୋଗ କରିବା ନିମନ୍ତେ ରାଜ୍ୟ ରାଜକୋଷରୁ ୭.୯୩କୋଟି ଟଙ୍କା ଭଡ଼ା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରକାରୀ ଖର୍ଚ୍ଚରେ ଏୟାରକାଫ୍ଟ ଧରି ୨୦୨୧ ମସିହା ମାର୍ଚ୍ଚ ୧୦ରେ ନୂଆପଡ଼ା, ଅଗଷ୍ଟ ୨୦ରେ ଜୟପୁର, ସେପ୍ଟେମ୍ବର ୧୪ରେ ରାଉରକେଲା, ସେପ୍ଟେମ୍ବର ୨୨ରେ ତୁଷୁରା , ସେପ୍ଟେମ୍ବର ୨୪ରେ ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର, ନଭେମ୍ବର ୨ରେ ସମ୍ବଲପୁର, ୮ରେ ଉତକେଲା,୧୩ରେ ସୀତାଭାଟି, ୨୨ରେ ଫୁଲବାଣୀ ଗସ୍ତ କରିଥିବାବେଳେ ୨୦୨୩ ଜାନୁୟାରୀରେ ରାଉରକେଲା, ଜାନୁୟାରୀ ୧୩ରେ ଭୁବନେଶ୍ୱର-ରାଉରକେଲା ଯାଇଥିବା ଜଣାପଡ଼ିଛି ।

ସେହିପରି ୨୦୨୧ ମାର୍ଚ୍ଚ ୩ରୁ ୨୦୨୩ ଜାନୁୟାରୀ ୨୮ତାରିଖ ମଧ୍ୟରେ ରାଜ୍ୟ ସରକାର ମୋଟ ୭୬ଥର ହେଲିକପ୍ଟର ଭଡ଼ାରେ ନେଇଛନ୍ତି । ଏଥିପାଇଁ ମୋଟ ୧୭.୮୯କୋଟି ଟଙ୍କା ରାଜକୋଷରୁ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଉପଯୋଗ ନିମନ୍ତେ ଏହି ଅବଧି ମଧ୍ୟରେ ମୋଟ ୩୬ଥର ହେଲିକପ୍ଟର ଭଡ଼ାରେ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ, ପୁରୀ, ପୁରୁଷୋତ୍ତମପୁର, ବେଗୁନିଆ, ଗୋପିନାଥପୁର-ବାଙ୍କି , ବ୍ରହ୍ମଗିରି ଆଦି ଯିବାକୁ ହେଲିକପ୍ଟର ସେବା ଉପଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୨ ଏପ୍ରିଲ ୧୧ତାରିଖରେ ପୁରୀକୁ ହେଲିକପ୍ଟରରେ ଯାଇଛନ୍ତି । ଏହି ଗୋଟିଏ ଥର ଦେଢ଼ ଘଣ୍ଟାର ପୁରୀ ଗସ୍ତ ପାଇଁ ମାସିକ ଭଡ଼ାସମେତ ମୋଟ ୧କୋଟି ୮୩ହଜାର ଟଙ୍କା ରାଜକୋଷରୁ ଭରଣା କରାଯାଇଛି ।

Also Read

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସର୍ବାଧିକ ୨୧ଥର, ସ୍ୱର୍ଗତ ନବ ଦାସ ୧୧ଥର ହେଲିକପ୍ଟର ଉପଯୋଗ କରିଥିବାବେଳେ ମନ୍ତ୍ରୀ ଜଗନ୍ନାଥ ସାରକା ୪ଥର, ଅଶୋକ ପଣ୍ଡା ୩ଥର, ସମୀର ଦାଶ ୨ଥର ଓ ଟୁକୁନି ସାହୁ ଗୋଟିଏ ଥର ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଉପଯୋଗ କରିଛନ୍ତି ।

ସେହିପରି ୨୦୨୧ ମାର୍ଚ୍ଚ ୧ରୁ ୨୦୨୩ ଫେବୃୟାରୀ ୨୮ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ରାଜ୍ୟର ମୋଟ ୧୮ଜଣ ମନ୍ତ୍ରୀ (୨୦୨୨ ଜୁନ୍ ପରେ ମନ୍ତ୍ରୀ ନଥିବା ୫ଜଣଙ୍କ ୧୯ଥର ବିମାନ ଯାତ୍ରା ଭଡ଼ା ପ୍ରାୟ ୪.୦୮ଲକ୍ଷ ଟଙ୍କା)ଙ୍କ ବିମାନ ଭଡ଼ା ବାବଦରେ ୧କେଟି ୭ଲକ୍ଷ ୬୮ହଜାର ୧୧୧ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରୋମ-ଇଟାଲୀ-ଦୁବାଇ ଭଡ଼ା ୮୨ଲକ୍ଷ ୯୨ହଜାର ୪୪୯ଟଙ୍କା ସାମିଲ ଅଛି । ନିରଞ୍ଜନ ପୂଜାରୀ ସର୍ବାଧିକ ୧୧ଥର ବିମାନ ଭଡ଼ା ପାଇଁ ୧.୪୩ଲକ୍ଷ ଟଙ୍କା, ପ୍ରମିଳା ମଲ୍ଲିକଙ୍କ ୩ଥରରେ ୧.୧୮ଲକ୍ଷ ଟଙ୍କା, ଅଶୋକ ପଣ୍ଡାଙ୍କ ୧୧ଥର ବିମାନ ଭଡ଼ା ୬.୧୦ଲକ୍ଷ ଟଙ୍କା, ଅତନୁ ସବ୍ୟସାଚୀ ନାୟକଙ୍କ ୪ଥରର ଭଡ଼ା ୨.୧୧ଲକ୍ଷ ଟଙ୍କା, ପ୍ରତାପ ଦେବଙ୍କ ୨ଥର ପାଇଁ ୧.୧୬ଲକ୍ଷ ଟଙ୍କା, ରାଜେନ୍ଦ୍ର ଢ଼ୋଲକିଆଙ୍କ ୬ଥରରେ ୧.୯୯ଲକ୍ଷ ଟଙ୍କା, ଅଶ୍ୱିନୀ ପାତ୍ରଙ୍କ ୫ଥରରେ ୨.୪୦ଲକ୍ଷ ଟଙ୍କା, ଶ୍ରୀକାନ୍ତ ସାହୁଙ୍କ ୪ଥରରେ ୧.୫୨ଲକ୍ଷ ଟଙ୍କା ଓ ବାସନ୍ତୀ ହେମ୍ବ୍ରମଙ୍କ ୨ଥରରେ ୯୩,୩୩୬ଟଙ୍କାର ବିମାନ ଭଡ଼ା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ, ଯାହାର ଲିଖିତ ଉତ୍ତର ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଉତଥାପନ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୨ବର୍ଷ ମଧ୍ୟରେ ଯେତିକିଥର ବିମାନରେ ଉଡ଼ିଛନ୍ତି ସେତିକି ଥର ନିଜର ସଚିବାଳୟ କି ବିଧାନସଭାସ୍ଥିତ ଅଫିସକୁ ଯିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଆଉ ଅଧିକାଂଶ ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଓ ଏୟାରକ୍ରାଫ୍ଟ ଉଭୟକୁ ଉପଯୋଗ କରୁଥିବା ମଧ୍ୟ ସଂସଦୀୟ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଉତ୍ତରରୁ ସ୍ପଷ୍ଟ ହେଉଛି । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦିଲ୍ଲୀକୁ ନିୟମିତ ଭାବେ ଏକାଧିକ ବିମାନ ଯାତାୟତ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାହିଁକି ବାରମ୍ବାର ସରକାରୀ ଖର୍ଚ୍ଚରେ ଏୟାରକ୍ରାଫ୍ଟ୍ରକୁ ଭଡ଼ା(ବ୍ୟୟବହୁଳ)ରେ ନେଇ ଯାଇଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story