ବରିଷ୍ଠ ଅଧିକାରୀ ସମ୍ମିଳନୀ ସରିଲା: ପିସି ଓ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନିରବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବ ଓ ଆଜି  ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ ମଧ୍ୟ ରାଜ୍ୟରେ ପଂଚାୟତଠୁ ଆରମ୍ଭ କରି ସଚିବାଳୟସ୍ତର ପର୍ଯ୍ୟନ୍ତ ସବୁଠି ପ୍ରଭାବ ବିସ୍ତାର କରିଥିବା ଦୁର୍ନୀତି ଓ ପିସି କାରବାର ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ।

CM Naveen Patnaik PhotoTwitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Wednesday, 15 February 2023
  • Updated: 15 February 2023, 09:55 PM IST

Sports

Latest News

ଜିଲ୍ଲାପାଳ ଓ ବରିଷ୍ଠ ଆଇଏଏସ ଅଫିସରମାନଙ୍କର ଦୁଇଦିନିଆ ସମ୍ମିଳନୀ ଆଜି ଶେଷ ହୋଇଛି । ଏହି ସମ୍ମିଳନୀରେ ପ୍ରାୟ ୧୭ଟି ପ୍ରସଙ୍ଗରେ ବିଭାଗୀୟ ସଚିବ ଓ ଜିଳ୍ଲାପାଳମାନେ ଆଲୋଚନା କରିବା ସହ ଆଗାମୀ ଦିନ ପାଇଁ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ରୂପରେଖ ପ୍ରସ୍ତୁତ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବ ଓ ଆଜି  ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ ମଧ୍ୟ ରାଜ୍ୟରେ ପଂଚାୟତଠୁ ଆରମ୍ଭ କରି ସଚିବାଳୟସ୍ତର ପର୍ଯ୍ୟନ୍ତ ସବୁଠି ପ୍ରଭାବ ବିସ୍ତାର କରିଥିବା ଦୁର୍ନୀତି ଓ ପିସି କାରବାର ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି । ଯଦିଓ ୨୦୧୭ ଜୁନ୍ ୭-୮ରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନାଟକୀୟ ଢଙ୍ଗରେ ସରକାରୀ ଅଫିସଗୁଡ଼ିକରେ ପିସି(ପର୍ସେଣ୍ଟେଜ୍‌) କାରବାର ନିଶ୍ଚିତ ଭାବେ ବନ୍ଦ ହେବା ଦରକାର ବୋଲି କହି ରାଜନୀତିକ ଓ ପ୍ରଶାସନିକ ମହଲରେ ଚହଳ ସୃଷ୍ଟି କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଲୋକସେବା ଭବନର କନଭେନସନ୍ ସେଂଟରରେ ଦୁଇଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରି ସମସ୍ତ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ସର୍ବନିମ୍ନ ସମ୍ଭାବ୍ୟ ଅବଧି ମଧ୍ୟରେ କାର୍ଯ୍ୟକାରୀ କରିବା ଓ କଲ୍ୟାଣମୂଳକ ଯୋଜନାକୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଏହାସହିତ ‘ଫାଇଭ-ଟି ଓ ମୋ ସରକାର’ ଯୋଗୁ ପ୍ରଶାସନିକ ରୂପାନ୍ତରୀକରଣ ଆସିଥିବା ଏବଂ ଲୋକଙ୍କ ନିକଟରେ ଅଧିକ ଭାବେ ପହଂଚିବା ସମ୍ଭବପର ହୋଇଥିବା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ୧୭ଟି ବିଭିନ୍ନ ପ୍ରସଙ୍ଗ(ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା) ଉପରେ ବିଭାଗଗୁଡ଼ିକ ପକ୍ଷରୁ ପ୍ରେଜେଣ୍ଟେସନ ରଖିଥିଲେ । ଏସବୁ ପ୍ରେଜେଣ୍ଟେସନରେ କେବଳ ରାଜ୍ୟ ସରକାରଙ୍କ ସଫଳତା ଓ ଆଗାମୀ ଦିନରେ କ’ଣ କରାଯିବ ସେ ନେଇ ବିଭାଗୀୟ ସଚିବମାନେ ନିଜ ନିଜର ମତ ରଖିଥିଲେ । ଆଉ ଗତକାଲି ସନ୍ଧ୍ୟାରେ କୋଣାର୍କ ଇକୋ ରିଟ୍ରିଟରେ ରାତି କଟାଇ ଏହି ବରିଷ୍ଠ ଅଧିକାରୀମାନେ ଆଜି ସେଠାରେ ବାକି ଥିବା ପ୍ରସଙ୍ଗରେ ଆଲୋଚନା କରିବା ସହ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଏକଜୁଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଠାରେ ଏହି ଉଦଯାପନୀ ସମାରୋହରେ ଯୋଗ ଦେଇ ଜିଲ୍ଲାପାଳ ଓ ବରିଷ୍ଠ ଅଫିସରମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି । ତେବେ ଦୁଇଦିନ ଧରି ୧୭ଟି ପ୍ରସଙ୍ଗ( ଫାଇଭ-ଟି ଓ ମୋ ସରକାର ସାମିଲ)ରେ ଆଲୋଚନା ହୋଇଥିଲେ ମଧ୍ୟ ରାଜ୍ୟର ପଂଚାୟତ ଓ ବ୍ଲକସ୍ତରରେ ବଢ଼ି ଚାଲିଥିବା ପିସି କାରବାରକୁ ନେଇ କେହି ଜଣେ ବି ମୁହଁ ଖୋଲିନଥିଲେ ।

ସୂଚନା ଅନୁସାରେ, ରାଜ୍ୟରେ ଏବେ ବ୍ଲକଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରକଳ୍ପ ମୂଲ୍ୟର ୧୩-୨୦ ପ୍ରତିଶତ ପିସି (ଭ୍ୟାଟ୍ ଓ ରୟାଲିଟିକୁ ଛାଡ଼ି) ଦେବାକୁ ପଡ଼ୁଥିବାବେଳେ ଅନ୍ୟ ବିଭାଗଗୁଡ଼ିକରେ ୧୦ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ପିସି ଦେବାକୁ ପଡ଼ୁଛି । ଏପରିକି ମନରେଗା ଆଦି କାର୍ଯ୍ୟ ପାଇଁ ବ୍ଲକଗୁଡ଼ିକରେ ମନମୁଖୀ ପିସି କାରବାର ଓ ଘର-ଭତ୍ତା ଆଦି ପାଇଁ ବିନା ଲାଂଚରେ କାର୍ଯ୍ୟ ହେଉନଥିବା ଜଣାପଡ଼ିଛି । ଏସବୁ ଅଭିଯୋଗ ବିରୋଧୀ ଦଳଗୁଡ଼ିକ କରୁଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାର ଫାଇଦା ନେଇ ବ୍ଲକଗୁଡ଼ିକରେ ବିଡିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜେଇ, କ୍ୟାସିଅର, କିରାଣୀ ଓ ପଂଚାୟତ ସମିତି ଅଧ୍ୟକ୍ଷମାନେ ପିସି ନେଉଥିବାର ଅଭିଯୋଗ ହେଉଛି । ଏସବୁର ସିଧାସଳଖ ପ୍ରଭାବ ରାଜ୍ୟର ଗ୍ରାମାଂଚଳରେ ରହୁଥିବା ଲୋକଙ୍କ ଉପରେ ପଡ଼ୁଥିଲେ ମଧ୍ୟ ସରକାର ସବୁଜାଣି ନଜାଣିବା ଭଳି ଅଭିନୟ କରୁଥିବା ଜଣାପଡ଼ିଛି ।

Also Read

ପିସି କାରବାର ଓ ଦୁର୍ନୀତି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିରବ ରହିବା ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ବିଧାୟକ ତଥା ସାଧାରଣ ସମ୍ପାଦକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର କଟାକ୍ଷ କରି କହିଛନ୍ତି ଯେ, “ପିସି କାରବାରକୁ ରାଜ୍ୟ ସରକାର ଏବେ ଆଇନଗତ ମାନ୍ୟତା ଦେଇସାରିଛନ୍ତି । ଆଉ ସରକାରୀ ଅଫିସରେ ପିସି ଦେବା ବି ଗୋଟିଏ ମୌଳିକ ବାଧ୍ୟବାଧକତା ବୋଲି ମଧ୍ୟ ରାଜ୍ୟର ସାଧାରଣ ଲୋକ ଧରିନେଲେଣି । ସେଇଥିପାଇଁ ବୋଧହୁଏ ଦୁଇଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସାଧାରଣ ଲୋକଙ୍କୁ ସବୁଠୁ ବେଶୀ ପ୍ରଭାବିତ କରୁଥିବା ପିସି କାରବାର ଓ ଦୁର୍ନୀତି ପ୍ରସଙ୍ଗରେ ନିଜର ଅଫିସରମାନଙ୍କୁ କିଛି ତାଗିଦ୍ କରିବାକୁ ଚାହିଁନାହାନ୍ତି । ୨୦୧୭ ଜିଲ୍ଲାପାଳ ସମ୍ମିଳନୀରେ ପିସି କାରବାର କଥା କହି ଗୋଟିଏ ନାଟକ କରିଥିଲେ, ଯାହାକୁ ନେଇ ଗଣମାଧ୍ୟମରେ ସେତେବେଳେ ବେଶ୍ ଚର୍ଚ୍ଚା ହେଲା । ଏବେ ତ ସରକାର ଦୁର୍ନୀତିକୁ ନୀତି କରିସାରିଛନ୍ତି, ଆଉ ମୁଖ୍ୟମନ୍ତ୍ରୀ କାହିଁକି ତାଗିଦ୍ କରିବେ । ରାଜ୍ୟରେ ଏବେ ଏମିତି କୌଣସି ଗୋଟିଏ ବ୍ଲକ ନାହିଁ ଯେଉଁଠି ପିସି କାରବାର ହେଉନି । ବ୍ଲକଗୁଡ଼ିକ ଦୁର୍ନୀତିର ପେଣ୍ଟସ୍ଥଳୀ ପାଲଟିଛି, ସେସବୁରେ ବ୍ୟାପକ ଦୁର୍ନୀତି ଚାଲିଛି । ପ୍ରକଳ୍ପ ମୂଲ୍ୟ ୧୦୦ଟଙ୍କା ହେଲେ କାର୍ଯ୍ୟ ୪୦ଟଙ୍କାର ହେଉଛି । ଆଉ ୬୦ଟଙ୍କା ପିସି ଆଉ ଠିକାଦାରଙ୍କ ପକେଟକୁ ଯାଉଛି । ଏହାଦ୍ୱାରା ସାଧାରଣ ଲୋକ ହିଁ ପ୍ରଭାବିତ ହେଉଛନ୍ତି ।  ଏସବୁ ଉପରେ ଘୋଡ଼ଣୀ ଦେବାକୁ ରାଜ୍ୟ ସରକାର ‘ଫାଇଭ-ଟି ଓ ମୋ ସରକାର’ର ଖୋଳପା କରି ନୂଆ ନୂଆ ସ୍ଲୋଗାନ ଦେଉଛନ୍ତି ବୋଲି ସେ କହିଛନ୍ତି ।”

ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୭ ଜୁନ୍ ୭-୮ ତାରିଖରେ ଶେଷଥର ପାଇଁ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଓ ସମସ୍ତ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସଗୁଡ଼ିକରେ ପିସି କାରବାର ନିଶ୍ଚିତ ବନ୍ଦ ହେବା ଦରକାର ବୋଲି କହି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ପ୍ରାୟ ୬ବର୍ଷ ପରେ ପୁଣିଥରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ମୁହଁ ନଖୋଲିବା ପରୋକ୍ଷରେ ବ୍ଲକ,ଜିଲ୍ଲା ଓ ବିଭାଗସ୍ତରରେ ପିସି କାରବାର ବୃଦ୍ଧିକୁ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story