Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହ କ’ଣ କଥା ହେଲେ ମୁଖ୍ୟମନ୍ତ୍ରୀ

ବିପଦ ସମୟରେ ସ୍ଥାନୀୟଲୋକ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ ତାକୁ ମୋଦି ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
Naveen and Modi

Naveen and Modi

Advertisment

ଶୁକ୍ରବାର ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାର ଆହତ ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କରେ ମୋଦିଙ୍କୁ ଜଣାଇଛନ୍ତି ନବୀନ। ଆହତଙ୍କ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାହା ଆବଶ୍ୟକ ପଡ଼ିବ ତାହା କରାଯିବ ବୋଲି ନବୀନ କହିଛନ୍ତି। 

Advertisment

ସେ କହିଛନ୍ତି, ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି। ଡାକ୍ତର, ଡାକ୍ତରୀ ଛାତ୍ରମାନେ ସେମାନଙ୍କ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତର, ଛାତ୍ର ଏବଂ ସାଧାରଣ ଲୋକ ଆହତ ବ୍ୟକ୍ତିଙ୍କ ପାଇଁ ରକ୍ତଦାନ କରିବାକୁ ଆଗେଇ ଆସୁଛନ୍ତି।

ଆମେ ଏକ ନୀତି ଅନୁସରଣ କରୁଛୁ। ଯେଉଁଥିରେ 'ପ୍ରତ୍ୟେକ ଜୀବନ ମୂଲ୍ୟବାନ ଅଟେ'। ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ଓ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି ବୋଲି ନବୀନ କହିଛନ୍ତି।

Advertisment

ନବୀନ ଆହୁରି କହିଛନ୍ତି, ଦୁର୍ଘଟଣାରେ ଆହତ ହୋଇଥିବା ୧୧୭୫ଜଣଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୩୮୨ଜଣ ଆହତଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି । ଅଧିକାଂଶ ଲୋକଙ୍କ ଅବସ୍ଥା ସ୍ଥିର ରହିଛି।

ବିପଦ ସମୟରେ ତ୍ୱରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ଯେକୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ କେନ୍ଦ୍ର ସରକାର ତାହା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପଦ ସମୟରେ ସ୍ଥାନୀଲୋକେ ଯେଉଁ ପ୍ରକାର ସାହାଯ୍ୟ କଲେ, ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି।

Bhubaneswar Cmo Of Odisha PMO Trainaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe