Advertisment

ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତୁ: ପିଣ୍ଟୁ ନନ୍ଦଙ୍କ ଭାଇ

ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ନେଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ପାଖକୁ ଖବର ଯାଇଥିବ। ଯଦି ସେ କିଛି ଖବର ନେଇ ନଥିବେ, ତା’ହେଲେ ମୁଁ ଅନୁରୋଧ କରିବି ଆମ ମୁଖ୍ୟମନ୍ତ୍ରୀଙ୍କୁ ଯେ ସେ ଇସ୍ତଫା ଦେଇ ଦିଅନ୍ତୁ।

Abhiram Nanda

Abhiram Nanda

Advertisment

ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ଗୁରୁବାର ଅଭିନେତା ତଥା ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ବେଳେ ଆଜି ପିଣ୍ଟୁଙ୍କ ବଡ଼ ଭାଇ ଅଭିରାମ ନନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦେବା ଉଚିତ୍ ବୋଲି ସେ କହିଛନ୍ତି।

Advertisment

ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଅଭିରାମ କହିଥିଲେ ଯେ ରାଜ୍ୟ ସରକାର ଏବେ ଶୋକ ପ୍ରକାଶ କରୁଛନ୍ତି। ମାସେ ହେଲା ତାଙ୍କ ଭାଇ ଡାକ୍ତରଖାନାରେ ପଡ଼ିଥିଲେ। କିନ୍ତୁ ସରକାର ଆଗକୁ ଆସିଲେନି କି କିଛି ପଦକ୍ଷେପ ନେଲେନି। ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ବାହାରୁ କଳାକାରମାନଙ୍କୁ ଆଣି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆମର ଜଣେ ଦକ୍ଷ କଳାକାରକୁ ସରକାର ବଞ୍ଚାଇ ପାରିଲେ ନାହିଁ।

ସେ ଆହୁରି କହିଥିଲେ, ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ନେଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ପାଖକୁ ଖବର ଯାଇଥିବ। ଯଦି ସେ କିଛି ଖବର ନେଇ ନଥିବେ, ତା’ହେଲେ ମୁଁ ଅନୁରୋଧ କରିବି ଆମ ମୁଖ୍ୟମନ୍ତ୍ରୀଙ୍କୁ ଯେ ସେ ଇସ୍ତଫା ଦେଇ ଦିଅନ୍ତୁ। ଆପଣ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯୋଗ୍ୟ ନୁହନ୍ତି। ଆପଣ ଜଣେ କଳାକାରଙ୍କୁ ବଞ୍ଚେଇ ପାରିଲେ ନାହିଁ।

Advertisment

ଅନ୍ୟପକ୍ଷରେ ଆଜି ପୁରୀ ସ୍ୱର୍ଗ ଦ୍ୱାରରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ବିଭିନ୍ନ କଳାକାର ସଙ୍ଘ, ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଓ ସିନେପ୍ରେମୀମାନେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପିଣ୍ଟୁ ନନ୍ଦଙ୍କ ବଡ଼ ପୁଅ ସାଇ ନନ୍ଦ ମୁଖାଗ୍ନି ଦେଇଥିଲେ।

Ollywood Actor Ollywood Pintu Nanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe