Advertisment

ବିଜେବି କଲେଜରେ ପଶି ହାଣିବା ମାମଲାରେ ୪ ଗିରଫ

ପୁଲିସ୍ ସୂଚନା ଅନୁସାରେ ୨ଜଣଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Police

Police

Advertisment

ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ। ସମସ୍ତ ୪ ଅଭିଯୁକ୍ତ ଅଣଛାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍‌ ଖେଳନ୍ତି। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ, ଗୋଟିଏ ବାଇକ ଜବତ କରିଛି ପୁଲିସ୍‌।

Advertisment

ପୁଲିସ୍ ସୂଚନା ଅନୁସାରେ ୨ଜଣଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେବି କଲେଜ ପ୍ରିନ୍ସିପାଲ ଗୁଲାମ ମୋଇନୁଦିନ ଖାନ। ସେ କହିଛନ୍ତି, ବିଜେବି କଲେଜ ଖେଳପଡ଼ିଆ ସମସ୍ତଙ୍କ ପାଇଁ ଖୋଲାରୁହେ। ଏଭଳି ଅଘଟଣ ଏଡାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଶନିବାର ସକାଳେ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ସେମାନଙ୍କୁ ଅଣ ଛାତ୍ରମାନେ ଆକ୍ରମଣ କରିଥିଲେ। ୩୦ରୁ ଅଧିକ ଅଣଛାତ୍ର ଖଣ୍ଡା, ବ୍ୟାଟ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ କଲେଜ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଆଜି ବଡ଼ଗଡ଼ ଥାନା ପୁଲିସ୍‌ ୪ରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ସେମାନଙ୍କ ଭିତରୁ ୪ ଜଣଙ୍କୁ ଆଜି ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Bhubaneswar Bhubaneswar News Bjb College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe