Advertisment

ରାଜଧାନୀରୁ ଧରା ପଡ଼ିଲେ ଲୁଟେରା ବଙ୍ଗୀୟ ମହିଳା ଗ୍ୟାଙ୍ଗ; ଶାଢ଼ୀ ଭିତରେ ଲୁଚେଇ ଚୋରି କରୁଥିଲେ

ପଶ୍ଚିମବଙ୍ଗ ୨୪ ପ୍ରଗଣା ହାସିର ଗାଁର କେତେକ ମହିଳା କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ହୋଟେଲ୍‌ରେ ରହୁଥିଲେ। କେଉଁଠି ଓ କେମିତି ଲୁଟ୍‌ କରିବେ, ସେନେଇ ହୋଟେଲ୍‌ରେ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ।

ଅଦ୍ୟତନ ହୋଇଛି
Capital

Capital

Advertisment

ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ କରୁଥିଲେ ମହିଳା ବଙ୍ଗୀୟ ଲୁଟେରା ଗ୍ୟାଙ୍ଗ। ଫିନ୍‌ଫାନ୍‌ ହୋଇ ଶାଢ଼ୀ ପିନ୍ଧି ସପିଂ ମଲ୍‌ରେ ପଶୁଥିଲେ। କିଣିବା ବାହାନା ଜିନିଷ ଦେଖୁଥିଲେ। ଆଉ ଗହଳି ସମୟରେ ଶାଢ଼ୀ ଭିତରେ ଦୁଇ ଗୋଡ଼ ସନ୍ଧିରେ ଦାମୀ ସାମଗ୍ରୀ ପୁରାଇ ଚୋରି କରୁଥିଲେ। ଆଜି ଏହି ଗ୍ୟାଙ୍ଗର ୯ ବଙ୍ଗୀୟ ମହିଳାଙ୍କୁ କମିଶନରେଟ୍‌ ପୁଲିସ୍‌ ଗିରଫ କରିଥିବା ବେଳେ ୪ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଗୋଟିଏ ଗାଁର।

Advertisment

ପଶ୍ଚିମବଙ୍ଗ ୨୪ ପ୍ରଗଣା ହାସିର ଗାଁର କେତେକ ମହିଳା କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ହୋଟେଲ୍‌ରେ ରହୁଥିଲେ। କେଉଁଠି ଓ କେମିତି ଲୁଟ୍‌ କରିବେ, ସେନେଇ ହୋଟେଲ୍‌ରେ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ତା’ପରେ ଯୋଜନା ମୁତାବକ ବିଭିନ୍ନ ସପିଂ ମଲରେ ଅତି ଭଦ୍ର ଓ ନମ୍ର ଭାବରେ ଶାଢ଼ୀ ପିନ୍ଧି ପଶୁଥିଲେ। କିଣିବା ବାହାନାରେ ସପିଂ ମଲ୍‌ରେ ବିଭିନ୍ନ ଜିନିଷକୁ ଦେଖୁଥିଲେ। ପରେ ମହିଳାମାନେ ପିନ୍ଧିଥିବା ଶାଢ଼ୀ ଭିତରେ ଦୁଇ ଗୋଡ଼ ମଝିରେ ଜିନିଷ ଗୁଡ଼ିକୁ ପୂରାଇ ଅତି ଚତୁରତାର ସହ ପଳାଇ ଆସୁଥିଲେ। ସେମାନେ ମହିଳା ହୋଇଥିବାରୁ ଗେଟ୍‌ ପାଖରେ ଥିବା ସୁରକ୍ଷା କର୍ମୀ ଯାଞ୍ଚ କରିପାରୁନଥିଲେ। ସେପଟେ ଦୁଇ ଗୋଡ଼ ମଝିରେ ଚୋରି ଜିନିଷ ଥିବାରୁ ଗେଟ୍‌ରେ ଲାଗିଥିବା ସେନ୍‌ସର ଧରି ପାରୁନଥିଲା। ମହିଳାମାନେ କସ୍‌ମେଟିକ୍‌, ନଡ଼ିଆ ତେଲ, ସୋରିଷ ତେଲ, ପାଣି ବୋତଲ, ଗ୍ଲୋକୋଜ୍‌, ଫେସ୍‌ୱାସ୍‌, ବିସ୍କୁଟ ପରି ସାମଗ୍ରୀ ଚୋରି କରି ନେଇ ଆସୁଥିଲେ।

ବଙ୍ଗୀୟ ମହିଳାମାନେ ଚୋରି ସାମଗ୍ରୀକୁ ହୋଟେଲରେ ଗଚ୍ଛିତ କରି ରଖୁଥିଲେ। ସମୟ ସୁବିଧା ଦେଖି ନିଜ ଘର ପଶ୍ଚିମବଙ୍ଗର ହାସିରକୁ ପଠାଇ ଦେଉଥିଲେ। ସେଠାରେ ବିକ୍ରି କରି ମାଲାମାଲ ହେଉଥିଲେ। ପୁଲିସ୍‌ର କହିବା ଅନୁସାରେ ଏମାନେ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ବୁଲି ବୁଲି ଚୋରି କରୁଥିଲେ। ଥରେ ଗୋଟିଏ ସପିଂ ମଲ୍‌ରୁ ଚୋରି କରୁଥିଲେ, ଦ୍ୱିତୀୟ ଥର ପାଇଁ ସେଠାକୁ ଯାଉନଥିଲେ। ଏପରି ଏକ ବଙ୍ଗୀୟ ମହିଳା ଲୁଟେରା ଗ୍ରୁପ୍‌କୁ ଧରିଛି କମିଶନରେଟ୍‌ ପୁଲିସ୍‌। ଗୁରୁବାର ମହିଳାମାନେ ଚୋରି କରୁଥିବା ବେଳେ ସପିଂ ମଲ୍‌ କର୍ମଚାରୀମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ସପିଂ ମଲ୍‌ରେ ଚଢ଼ଉ କରି ୯ ବଙ୍ଗୀୟ ମହିଳାଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ୪ ଜଣ ମହିଳା ଚୋରି ସାମଗ୍ରୀ ଧରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛି।

Advertisment

ଅନ୍ୟପକ୍ଷରେ ଗିରଫ ହୋଇଥିବା ମହିଳାଙ୍କୁ ପୁଲିସ୍‌ ଘନ ଘନ ଜେରା କରିଥିଲା। ଜେରା ବେଳେ ଚୋରି କରିଥିବା ମହିଳାମାନେ ସ୍ୱୀକାର କରିଥିଲେ। ପରେ ପୁଲିସ୍‌ ହୋଟେଲ୍‌ରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜବତ କରିଥିଲା। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ।

Crime Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe