Advertisment

ସୁନ୍ଦର ଚେହେରା ଦେଖାଇ ଲୁଟୁଥିଲେ ଦୁଇ ମହିଳା

ପପୁ ଦିଗଲ ରେଳ ଟିକେଟ କାଟିବା ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଯାଇଥିଲେ। ଟିକେଟ୍‌ କାଟି ଫେରୁଥିବା ବେଳେ ହଟ୍‌ ଡ୍ରେସ୍‌ ପିନ୍ଧିଥିବା ଦୁଇ ମହିଳା ତାଙ୍କୁ ଅଚାନକ ଅଟକାଇ ଥିଲେ।

BBSR

BBSR

Advertisment

ରୂପ ଯୌବନ ଦେଖାଇ ଫସାଉଥିଲେ। ଯିଏ ଫସିଗଲା, କାମ ସରିଲା। ତାକୁ ଖୋଳ କରିଦେଉଥିଲେ। ଆଉ ଯିଏ ଫସୁନଥିଲା, ତା’ଠାରୁ ଜବଦସ୍ତି ଟଙ୍କା ଓ ମୋବାଇଲ ଛଡ଼ାଇ ନେଉଥିଲେ। ବିରୋଧରେ କଲେ ଅସଦାଚରଣର ବାହାନା କରି ଚିତ୍କାର କରୁଥିଲେ। ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରୁ ଆସିଛି ଏମିତି ରୋଚକ ଖବର। ଏହି ମାମଲାର କମିଶନରେଟ୍‌ ପୁଲିସ୍‌ ଦୁଇ ସୁନ୍ଦରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଶୁକ୍ରବାର ଅପରାହ୍ନରେ ସହିଦ୍‌ ନଗର ବସ୍ତିର ପପୁ ଦିଗଲ ରେଳ ଟିକେଟ କାଟିବା ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଯାଇଥିଲେ। ଟିକେଟ୍‌ କାଟି ଫେରୁଥିବା ବେଳେ ହଟ୍‌ ଡ୍ରେସ୍‌ ପିନ୍ଧିଥିବା ଦୁଇ ମହିଳା ତାଙ୍କୁ ଅଚାନକ ଅଟକାଇ ଥିଲେ। ପପୁ କିଛି ଭାବିବା ଆଗରୁ ସେମାନେ ତାଙ୍କଠାରୁ ଜବଦସ୍ତି ୨୧୦୦ ଟଙ୍କା ଓ ଭିଭୋ ମୋବାଇଲ୍‌ ଛଡ଼ା ନେଇ ଯାଇଥିଲେ। ପପୁ ବିରୋଧ କରିବାରୁ ଦୁଇ ମହିଳା ଚିତ୍କାର କରିଥିଲେ। ଆଉ ଅସଦାଚରଣ କରୁଥିବା କହିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହା ଦେଖି ୧୧୨କୁ ଡାଇଲ୍‌ କରିଥିଲେ।

କଲ୍‌ ପାଇ କମିଶନରେଟ୍‌ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ପୁଲିସ ସେମାନଙ୍କୁ କବ୍‌ଜାକୁ ନେଇ ଥାନାରେ ଅଟକ ରଖି ଜେରା କରିଥିଲା। ଆଉ ଜେରା ବେଳେ ନିଜର ସୁନ୍ଦର ରୂପ ଦେଖାଇ ଟ୍ରେନ୍‌ରୁ ଓହ୍ଲାଉଥିବା ଆଗନ୍ତୁକଙ୍କୁ ଫସାଇ ଟଙ୍କା ରୋଜଗାର କରୁଥିବା ଦୁଇ ମହିଳା ସ୍ୱୀକାର କରିଥିଲେ। ଏହା ପରେ କମିଶନରେଟ୍‌ ପୁଲିସ୍‌ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କ ସମ୍ପର୍କରେ ଖବର ମିଳି ସାରିଲାଣି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଜୋନ୍‌-୧ ଏସିପି ମାନସ ରଞ୍ଜନ ଗଡ଼ନାୟକ କହିଛନ୍ତି।

Advertisment
Crime Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe