Advertisment

ବାହାନଗା ଟ୍ରାଜେଡି: ୬୬୧ ଜଣଙ୍କୁ ମିଳିଲାଣି ୨୨.୬୬ କୋଟି କ୍ଷତିପୂରଣ

ବାହାନଗା ରେଳ ଦୁର୍ଘଟଣାରେ କ୍ଷତିପୂରଣ ରାଶି ବାବଦକୁ ୨୨ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
ADITYA CHAUDHRY

ADITYA CHAUDHRY

Advertisment

ବାହାନଗା ରେଳ ଦୁର୍ଘଟଣାରେ ମୃତକ ଓ ଆହତଙ୍କୁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି। ଏଯାବତ୍ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ମିଳିଥିବା  ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବାହାନଗା ରେଳ ଦୁର୍ଘଟଣାରେ କ୍ଷତିପୂରଣ ରାଶି ବାବଦକୁ ୨୨ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  ମୃତକ ସହ ସାମାନ୍ୟ ଆହତ ଓ ଗୁରୁତରଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ୧୮୦ ମୃତକ ଏହି ସହାୟତା ରାଶି ପାଇଥିବାବେଳେ ୧୫୦ ଜଣ ଗୁରୁତର ଆହତ ଏହା ପାଇଛନ୍ତି। ସେହିପରି ୩୩୧ ଜଣ ସାମାନ୍ୟ ଆହତଙ୍କୁ ମଧ୍ୟ ସହାୟତା ରାଶି ଦିଆଯାଇଛି।

ରେଲୱେର ସିପିଆରଓ ଆହୁରି କହିଛନ୍ତି,ବାହାନଗାରେ ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିବା ରେଳ ଲାଇନକୁ ମରାମତି କରାଯାଇଛି। ମୋଟ ୪ଟି ଲାଇନରେ ରେଳ ଚଳାଚଳ କରୁଛି। ଆଉ କିଛି କାମ ଥିବା ବେଳେ ତାହାର କାମ ମଧ୍ୟ କରାଯାଉଛି।

Advertisment

ସିବିଆଇ ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛି। ସିବିଆଇ ଓ ଫରେନସିକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ଏହାସହ ସେମାନେବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ଏକଜୁଟ୍‌ କରୁଛନ୍ତି। ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଚାଲିଛି। ସେ ବିଷୟରେ ବିବରଣୀ ଦେବା ଉଚିତ ହେବନି ବୋଲି ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣା ପଛରେ କିଏ ? ଏହି ଦୁର୍ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଅଛି କି  ? ଏଭଳି ଅନେକ ପ୍ରସଙ୍ଗରେ ତନାଘନା ଚଳାଇଛି ସିବିଆଇ। ବାହାନଗା ଦୁର୍ଘଟଣା ସ୍ଥଳରେ ଫରେନସିକ ଟିମ୍ ସହାୟତାରେ ତଦନ୍ତ କରୁଛି ସିବିଆଇ।

Train Accident Bhubaneswar Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe