Advertisment

ରାଜଧାନୀରେ ଧରାପଡ଼ିଲେ ଧୂର୍ତ୍ତ ମହିଳା,୧୫ ଲକ୍ଷ ହଡ଼ପ କରିଛନ୍ତି

ଏହି ଘଟଣାରେ ମହିଳା ଏଜେଣ୍ଟଙ୍କ ସହ ଅନ୍ୟ କାହାର ମଧ୍ୟ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।

ଅଦ୍ୟତନ ହୋଇଛି
Swaran lata

Swaran lata

Advertisment

ଗ୍ରାହକଙ୍କୁ ଠାରୁ ଡିପୋଜିଟ ପାଇଁ ଟଙ୍କା ନେଉଥିଲେ, ହେଲେ ପୋଷ୍ଟ ଅଫିସରେ ଟଙ୍କା ଜମା ନ କରି ନିଜେ ରଖୁଥିଲେ। ପୋଷ୍ଟ ଅଫିସରେ ଜମା କରିବା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଣେ ମହିଳା ଏଜେଣ୍ଟଙ୍କୁ ଗିରଫ କରିଛି ପୁଲିସ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଘଟଣା। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସ୍ୱର୍ଣ୍ଣଲତା ଦାସ। ଭୁବନେଶ୍ୱରର ଭୀମଟାଙ୍ଗି ସ୍ଥିତ ପୋଷ୍ଟ ଅଫିସରେ ଏଜେଣ୍ଟ ଭାବେ ସେ କାମ କରନ୍ତି।  

Advertisment

ଅଭିଯୋଗ ଅନୁସାରେ, ଭୀମଟାଙ୍ଗି ଅଞ୍ଚଳରେ ଲୁଗା ଦୋକାନ କରିଥିବା ସ୍ୱର୍ଣ୍ଣପ୍ରଭା ମହାସୁଆର ନିଜ ପରିବାର ଲୋକଙ୍କ ନାଁରେ ସ୍ୱର୍ଣ୍ଣଲତାଙ୍କ ଜରିଆରେ ପୋଷ୍ଟ ଅଫିସରେ ଫିକ୍ସ ଡିପୋଜିଟ୍, ଆରଡି ଓ ସେଭିଂ ଆକାଉଣ୍ଟ କରି ୧୫ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲେ। ଦୁଇ ବର୍ଷ ତଳେ ସ୍ୱର୍ଣ୍ଣପ୍ରଭା ସ୍ୱର୍ଣ୍ଣଲତାଙ୍କୁ ୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରିବା ପାଇଁ ଦେଇଥିଲେ। ହେଲେ ସ୍ୱର୍ଣ୍ଣଲତା ଏହି ଟଙ୍କାକୁ ଡିପୋଜିଟ୍ କରି ନଥିଲେ କି ସ୍ୱର୍ଣ୍ଣପ୍ରଭାଙ୍କୁ ତତ୍‌ ସମ୍ବନ୍ଧୀୟ ପ୍ରମାଣପତ୍ର ଦେଇ ନଥିଲେ। ଆଜି ଦେବି କାଲି ଦେବି କହି ଠକି ଚାଲିଥିଲେ। 

ସ୍ୱର୍ଣ୍ଣଲତାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସ୍ୱର୍ଣ୍ଣପ୍ରଭା। ହେଲେ ସ୍ୱର୍ଣ୍ଣଲତା କିଛି ଶୁଣୁ ନଥିଲେ। ଏପରିକି ସ୍ୱର୍ଣ୍ଣଲତାଙ୍କ ପରିବାର ଲୋକେ ସ୍ୱର୍ଣ୍ଣପ୍ରଭାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ପରେ ସ୍ୱର୍ଣ୍ଣପ୍ରଭା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଖୋଳତାଡ଼ କରିଥିଲା। ପୋଷ୍ଟ ଅଫିସ୍ ଯାଇ ପଚରାଉଚରା କରିବା ପରେ ସ୍ୱର୍ଣ୍ଣପ୍ରଭାଙ୍କ ଜମା ଖାତାରେ ଟଙ୍କା ଜମା ହୋଇନଥିବା ଜଣାପଡ଼ିଥିଲା। ଏହାସହ ସ୍ୱର୍ଣ୍ଣଲତା ଏପରି ଅନେକ ଲୋକଙ୍କ ଟଙ୍କା ହଡ଼ପ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସ୍ୱର୍ଣ୍ଣଲତାଙ୍କ ଘରେ ଚଢ଼ାଉ କରି ୧୦୦ରୁ ଅଧିକ ପାସବୁକ୍ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା।

Advertisment

ଏହି ଘଟଣାରେ ମହିଳା ଏଜେଣ୍ଟଙ୍କ ସହ ଅନ୍ୟ କାହାର ମଧ୍ୟ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।

Postal Scam Bhubaneswar Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe