ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଦ୍ୱନ୍ଦ୍ୱ: ମଞ୍ଜୁରୀ ସତ୍ତ୍ୱେ ୨ ମେଗା ଇସ୍ପାତ ପ୍ରକଳ୍ପ ଆରମ୍ଭ କରିନି ନିପ୍ପନ ଷ୍ଟିଲ

ନିପ୍ପନ ଷ୍ଟିଲ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ଷ୍ଟିଲ ପ୍ଲାଣ୍ଟ ନା କେବଳ ଭାରତର ସର୍ବବୃହତ୍ ବରଂ ବିଶ୍ୱର ସର୍ବବୃହତ୍ ଷ୍ଟିଲ ପ୍ଲାଣ୍ଟ ମଧ୍ୟରୁ ଗୋଟିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Chief Minister Shri Patnaik today met Nippon Steel Corporation Chairman Eiji Hashimoto in Tokyo. PhotoOR

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଟୋକିଓଠାରେ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋତୋଙ୍କୁ ଭେଟିଛନ୍ତି।

Ordigital Desk
  • Published: Tuesday, 04 April 2023
  • Updated: 04 April 2023, 09:50 PM IST

ନିଜର ଟିମ୍ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାପାନର ରାଜଧାନୀ ଟୋକିଓଠାରେ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋତୋଙ୍କୁ ଭେଟିବା ପରେ ଓଡ଼ିଶାରେ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ନିପ୍ପନ ଷ୍ଟିଲ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ଷ୍ଟିଲ ପ୍ଲାଣ୍ଟ ନା କେବଳ ଭାରତର ସର୍ବବୃହତ୍ ବରଂ ବିଶ୍ୱର ସର୍ବବୃହତ୍ ଷ୍ଟିଲ ପ୍ଲାଣ୍ଟ ମଧ୍ୟରୁ ଗୋଟିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ଏବେ ଆର୍ସେଲର ମିତ୍ତଲ କମ୍ପାନୀ ସହ ମିଶି ନିପ୍ପନ ଷ୍ଟିଲ ଯୌଥ ଉଦ୍ୟୋଗ(ଏଏମଏନଏସ) ଓଡ଼ିଶାରେ ପ୍ରାୟ ୧.୪୪ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯାଉଛି । ଏହି କମ୍ପାନୀର ୬ଟି ବୃହତ୍ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିସାରିଛି । ଏହି ସମସ୍ତ ବୃହତ୍ ଶିଳ୍ପ ପ୍ରକଳ୍ପ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ନିପ୍ପନ ଷ୍ଟିଲର ବିଶ୍ୱର ସର୍ବବୃହତ୍ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଛନ୍ତି ତାହା ଏବେ ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପର ପରିବର୍ଦ୍ଧିତ ରୂପ ନା ଏକକ ଭାବେ ନିପ୍ପନ ଷ୍ଟିଲ ଏହା ନିର୍ମାଣ କରିବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତା’ଛଡ଼ା ନିପ୍ପନ ଷ୍ଟିଲ ମଧ୍ୟ ନିଜସ୍ୱ ୱେବସାଇଟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କିମ୍ବା ଏଭଳି ଘୋଷଣା ସମ୍ପର୍କରେ କିଛି ସୂଚନା ମଧ୍ୟ ଦେଇନଥିବା ଜଣାପଡ଼ିଛି ।

ଶିଳ୍ପ ବିଭାଗର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଟୋକିଓଠାରେ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋତୋଙ୍କୁ ଭେଟିବା ପରେ ଏକ ଭିଡିଓ ବାର୍ତ୍ତାରେ ଓଡ଼ିଶାରେ ନିପ୍ପନ ଷ୍ଟିଲ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବିଶ୍ୱର ବୃହତ୍ତମ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ବୋଲି କହିଛନ୍ତି । ଏହି ପ୍ଲାଣ୍ଟ ନିର୍ମାଣ ହେଲେ  କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାର ଅର୍ଥନୀତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବା ସହ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍  ସହ ନିପ୍ପନ ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷଙ୍କ ଏଭଳି ଆଲୋଚନା ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ନିଜସ୍ୱ ୱେବସାଇଟ୍ ମାଧ୍ୟମରେ ଦିଆଯାଇନି ।

Also Read

ଅନ୍ୟପକ୍ଷରେ ନିପ୍ପନ ଷ୍ଟିଲ ଏବେ ଆର୍ସେଲର ମିତ୍ତଲ ସହ ମିଶି ଯୌଥ ଉଦ୍ୟୋଗ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଲିଃ(ଏଏମଏନଏସ) କମ୍ପାନୀ ଗଢ଼ିଛନ୍ତି । ଯାହାକି ଓଡ଼ିଶାରେ ୬ଟି ବୃହତ୍ ଶିଳ୍ପ ପ୍ରକଳ୍ପ ସ୍ଥାପନ ନିମନ୍ତେ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇସାରିଛି । ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ଏହି ଯୌଥ କମ୍ପାନୀ ଓଡ଼ିଶାରେ ମୋଟ ୧ଲକ୍ଷ ୪୪ହଜାର ୫୯୮କୋଟି ଟଙ୍କା ପୁଞ୍ଜିନିବେଶ କରିବ ଓ ଏହାଦ୍ୱାରା ୨୯୨୮୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି । ଏହି ଯୌଥ କମ୍ପାନୀ ଦ୍ୱାରା କେନ୍ଦ୍ରାପଡ଼ାର ମହାକାଳପଡ଼ା ଅଂଚଳରେ ଷ୍ଟିଲ ଉତ୍ପାଦ କ୍ଷେତ୍ରରେ ସର୍ବାଧିକ ୧ଲକ୍ଷ ୨ହଜାର ୨୭୫କୋଟି ଟଙ୍କା ନିବେଶ କରିବା ନିମନ୍ତେ ୨୦୨୧ ମସିହାରେ ରାଜ୍ୟ ସରକାରଙ୍କଠୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଛି । ମହାକାଳପଡ଼ାରେ କମ୍ପାନୀ ପକ୍ଷରୁ ଯେଉଁ ପ୍ରକଳ୍ପ ନିର୍ମାଣ କରାଯିବ ସେଥିରେ ବାର୍ଷିକ ୨୪ ନିୟୁତ୍ ଟନ୍ କ୍ଷମତା ବିଶିଷ୍ଟ କ୍ରୁଡ୍ ଷ୍ଟିଲ, ବାର୍ଷିକ ୧୧ନିୟୁତ ଟନ୍ ବିଶିଷ୍ଟ ହଟ୍ ଷ୍ଟ୍ରିପ୍ ମିଲ୍ସ, ୧୨୦୦ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ, ବାର୍ଷିକ ୨ନିୟୁତ ଟନ ଉତ୍ପାଦନ ବିଶିଷ୍ଟ କଲରକୋଟେଡ୍ ଷ୍ଟିଲ ଆଦି ମେଗା ଇସ୍ପାତ କାରଖାନା ନିର୍ମାଣ ହେବ । ଯେଉଁଥିରେ ପ୍ରାୟ ୧୬ହଜାର ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ରହିବ ।

ସେହିପରି କମ୍ପାନୀ ଦ୍ୱାରା ଜଗତସିଂହପୁରର ପାରାଦୀପସ୍ଥିତ ଚକ୍ରଧରପୁର ଅଂଚଳରେ ୩୮ହଜାର କୋଟି ଟଙ୍କା ବ୍ୟୟରେ ମେଗା ଇସ୍ପାତ କାରଖାନା ନିର୍ମାଣ ପାଇଁ ୨୦୨୩ ମସିହାରେ ସିଙ୍ଗଲୱିଣ୍ଡୋ ଅନୁମୋଦନ ପାଇଛି । ଏହି କାରଖାନା ନିର୍ମାଣ ହେଲେ  ୧୧୪୯୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଏହି ମେଗା ଷ୍ଟିଲ ପ୍ଲାଂଟର ବ୍ଲାଷ୍ଟ ଫର୍ଣ୍ଣେସ ସହ ପେଲେଟ, ସିନଟେଲ ପ୍ଲାଂଟ, କ୍ୟାପଟିଭ ପାୱାର ପ୍ଲାଣ୍ଟ ଆଦି ରହିଛି । ଏଥିପାଇଁ କମ୍ପାନୀକୁ ୧୩୧୮ଏକର ଜମି ମଧ୍ୟ ହସ୍ତାନ୍ତର କରାଯାଇସାରିଛି । ଯଦି କେନ୍ଦ୍ରାପଡ଼ା ଓ ଜଗତସଂହପୁର ଜିଲ୍ଲାରେ କମ୍ପାନୀର ଦୁଇ ମେଗା ଇସ୍ପାତ କାରଖାନାକୁ ହିସାବକୁ ନିଆଯାଏ, ତେବେ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ନିର୍ମାଣ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।

ସେହିପରି କେନ୍ଦୁଝରରେ ଦାଲକିରୁ ଦୁବୁନା ପର୍ଯ୍ୟନ୍ତ ବାର୍ଷିକ ୧୨ ନିୟୁତ ଟନ୍ ବିଶିଷ୍ଟ ସ୍ଲରି ପାଇପ୍ ଲାଇନ୍ ନିର୍ମାଣ ଏବଂ ବାର୍ଷିକ ୬ ନିୟୁତ୍ ଟନ୍ ବିଶିଷ୍ଟ ବେନିଫିକେସନ୍ ପ୍ଳାଂଟ୍ ନିର୍ମାଣ ପାଇଁ ୧୪୯୦କୋଟି ଟଙ୍କା ନିବେଶ କରିବାର ପ୍ରକଳ୍ପକୁ ମଧ୍ୟ ୨୦୨୨ ମସିହାରେ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି । ଏହାଦ୍ୱାରା ପ୍ରାୟ ୬୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି କମ୍ପାନୀ ଦ୍ୱାରା ପାରାଦୀପର ଉଦୟବଟଠାରେ ନଦୀଭିତ୍ତିକ ଜେଟି ନିର୍ମାଣ ପାଇଁ ଦିଆଯାଇଥିବା ୧୫୦କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିସାରିଛି । ଜଗତସିଂହପୁର ଓ କେନ୍ଦୁଝରରେ ପେଲେଟ ଓ ବେନିଫିକେସନ୍ ପାଇଁ କମ୍ପାନୀର ୨ହଜାର କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ମଧ୍ୟ ରାଜ୍ୟ ସରକାର ୨୦୨୦ ମସିହାରେ ଅନୁମୋଦନ କରିଛନ୍ତି । ଏହାସହିତ ପାରାଦୀପଠାରେ ଏସାର ପାୱାରର କ୍ୟାପଟିଭ ପ୍ଲାଂଟକୁ ଏହି ଯୌଥ କମ୍ପାନୀ ଅଧିଗ୍ରହଣ କରିଛି ଓ ଏହାର ପ୍ରକଳ୍ପ ଖର୍ଚ୍ଚ ମୋଟ ୬୮୩କୋଟି ଟଙ୍କା ବୋଲି ଜଣାପଡ଼ିଛି ।

ଆର୍ସେଲର ମିତ୍ତଲ ସହ ଯୌଥ ଉଦ୍ୟୋଗରେ ନିପ୍ପନ ଷ୍ଟିଲ ଏବେ ଓଡ଼ିଶାରେ ମୋଟ ୧.୪୪ଲକ୍ଷ କୋଟି ଟଙ୍କାର ନିବେଶ କରି ପ୍ରାୟ ୨୯୨୮୫ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଚ୍ଚସ୍ତରୀୟ ଟିମ୍ ସହ ଆଜି ପୁଣିଥରେ ଏହି ନିପ୍ପନ ଷ୍ଟିଲର ମୁଖ୍ୟଙ୍କୁ ସାକ୍ଷାତ କରିବାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି । ନିପ୍ପନ ଷ୍ଟିଲର ଯେଉଁ ୬ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାର ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି, ତଥା ସେସବୁର ସ୍ଥିତି ଏବେବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବାରୁ ସେଗୁଡ଼ିକର ଅବସ୍ଥା ପସ୍କୋ କମ୍ପାନୀ ଭଳି ହେବନି ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କମ୍ପାନୀର ଏତେ ପ୍ରକଳ୍ପର କିଭଳି ସଫଳତାର ସହ କାର୍ଯ୍ୟକ୍ଷମ ହେବ ତାହା ସୁନିଶ୍ଚିତ ନକରି ସରକାର ନୂଆ ଘୋଷଣା କରୁଛନ୍ତି ନା ସେସବୁ ପ୍ରକଳ୍ପକୁ ମିଶାଇ କରି ମୋଟ୍ ଉପରେ ଏହି ପରିସଂଖ୍ୟାନ ଦେଉଛନ୍ତି ତାହା ଏବେ ସାଧାରଣରେ ଦ୍ୱନ୍ଦ୍ୱର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story