Advertisment

କଂଗ୍ରେସର ସାଂଘାତିକ ଅଭିଯୋଗ- ୨ ମହଲା ମାଲିକଙ୍କୁ ବି ଜାଗା ମିଶନରେ ମିଳିଛି ଜାଗା

‘ ୨୦୨୩ ମସିହା ପାଇଁ ପ୍ରକାଶିତ ଜାଗା ମିଶନରେ ହୋଇଛି ବ୍ୟାପକ ଚଞ୍ଚକତା। ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀଙ୍କୁ ମିଳିଛି ଜାଗା । ଯାହାର ୨ ମହଲା ଘର ଅଛି, ମାର୍କେଟରେ ଷ୍ଟଲ ଅଛି ତା’ ନାଁରେ ବି ତାଲିକାରେ ସ୍ଥାନ ପାଇଛି।’

Congress

Congress

Advertisment

‘ ୨୦୨୩ ମସିହା ପାଇଁ ପ୍ରକାଶିତ ଜାଗା ମିଶନରେ ହୋଇଛି ବ୍ୟାପକ ଚଞ୍ଚକତା। ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀଙ୍କୁ ମିଳିଛି ଜାଗା । ଯାହାର ୨ ମହଲା ଘର ଅଛି, ମାର୍କେଟରେ ଷ୍ଟଲ ଅଛି ତା’ ନାଁରେ ବି ତାଲିକାରେ ସ୍ଥାନ ପାଇଛି।’ ତେଣୁ ରାଜ୍ୟ ସରକାର ଜାଗା ମିଶନରେ ବ୍ୟାପକ ଦୁର୍ନୀତି କରିଥିବା ପରି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ଦଳର ନେତା ବିଜୟ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ସହରାଞ୍ଚଳରେ ବସ୍ତିର ବିକାଶ ଲାଗି ଉପା ସରକାର ସମୟରେ ଯୋଜନା କରାଯାଇଥିଲା। ରାଜୀବ ଆବାସ ଯୋଜନାରେ ଘର ଦେବାକୁ ସେତେବେଳର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି।

ଓଡ଼ିଶା ସରକାର ବସ୍ତି ଲୋକଙ୍କ ପାଇଁ ଦରଦ ଦେଖାଇବାକୁ ଯାଇ ଜାଗା ମିଶନ କରିଛ। ହେଲେ ଏଥିନିମନ୍ତେ ପ୍ରକାଶିତ ତାଲିକାରେ ରାଜ୍ୟ ସରକାରଙ୍କ ଚଞ୍ଚକତା ଜଳ ଜଳ ଦିଶୁଛି। ନୂଆ ତାଲିକାରେ ଦୁଇ ମହଲା କୋଠା ଥିବା ଲୋକଙ୍କ ନାଁ ବି ସାମିଲ କରାଯାଇଛି। ଯାହାର ହଜାର ହଜାର ଟଙ୍କାର ବ୍ୟବସାୟ ଅଛି, ସେ ବି ଏହି ଯୋଜନାର ହିତାଧିକାରୀ ଭାବେ ସ୍ଥାନ ପାଇଛି।

Advertisment

ଗତ ୧୧ରେ ତାଲିକା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ତାଲିକା ପ୍ରକାଶ ପାଇବାର ୨ ଦିନ ମଧ୍ୟରେ ଅର୍ଥାତ କେବଳ ୧୩ ସୁଦ୍ଧା ଅଭିଯୋଗ ଜଣାଇବାକୁ କୁହାଯାଇଛି। ୨ ଦିନ ମଧ୍ୟରୁ ଗୋଟିଏ ଦିନ ରବିବାର ଅଛି। ତେଣୁ ଏଥିରେ ରାଜ୍ୟ ସରକାର ତଥା ବିଏମସିର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଏନେଇ ବିଏମସି କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

Odisha Congress Protest Against Govt. Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe