Advertisment

ବିଜୁଳି ବିଲ୍‌ ଆଦାୟ ନାଁରେ ଗୁଣ୍ଡାଗର୍ଦ୍ଦି: ଉପଭୋକ୍ତା ଲହୁଲୁହାଣ, ମୋବାଇଲ ଚୂରମାର

ଗତ ୨୮ ତାରିଖରେ Tpcodlର କିଛି କର୍ମଚାରୀ ବିଲ ମାଗିବାକୁ ଆସିଥିଲେ। ବିଲ୍‌ରେ ତ୍ରୁଟି ଥିବା ଉପଭୋକ୍ତା ଜଣଙ୍କ କର୍ମଚାରୀମାନଙ୍କୁ କହିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ ଓ ବିଲ ବାବଦ ଟଙ୍କା ଦେବାକୁ କହିଥିଲେ।

Tpcodl

Tpcodl

Advertisment

ବିଜୁଳି ବିଲ୍‌ କଲେକ୍ସନ ନାଁରେ ଗୁଣ୍ଡରାଜ। ଜାଗମରା କ୍ରିଷ୍ଣା ଗାର୍ଡେନ ଆନେକ୍ସ ଆପାର୍ଟମେଣ୍ଟରେ ଜଣେ ଉପଭୋକ୍ତାଙ୍କୁ ବିଲ୍‌ ଆଦାୟ କରିବା ନାଁରେ Tpcodl କର୍ମଚାରୀ ମାଡ଼ ମାରିଛନ୍ତି। ଆକ୍ରମଣରେ ତାଙ୍କ ପୁଅ ଲହୁଲୁହାଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଯୁବକ ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିରେ ମଧ୍ୟ ମାରପିଟର ଦୃଶ୍ୟ କଏଦ ହୋଇଛି।

Advertisment

ଉପଭୋକ୍ତଙ୍କ ଅଭିଯୋଗ ଅନୁଯାୟୀ ଗତ ୨୮ ତାରିଖରେ Tpcodlର କିଛି କର୍ମଚାରୀ ବିଲ ମାଗିବାକୁ ଆସିଥିଲେ। ବିଲ୍‌ରେ ତ୍ରୁଟି ଥିବା ଉପଭୋକ୍ତା ଜଣଙ୍କ କର୍ମଚାରୀମାନଙ୍କୁ କହିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ ଓ ବିଲ ବାବଦ ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା।

ତେବେ ଘଟଣାର କିଛି ସମୟ ପରେ ୧୫ରୁ ୨୦ ଜଣ ଲୋକ ଆସି ପୁଣି ବକେୟା ବିଲ ମାଗିଥିଲେ। ଉପଭୋକ୍ତା ଜଣଙ୍କ ପୁଣି ସମାନ କଥା କହିଥିଲେ। ଏହାପରେ ସେମାନେ ତାଙ୍କ ଲାଇନ୍‌ କାଟି ଦେଇଥିଲେ। ଏଥିରେ ବରକ୍ତି ହୋଇ ଉପଭୋକ୍ତା ଜଣଙ୍କ କାହିଁକି ବିଜୁଳି କାଟିଲେ ବୋଲି ପ୍ରଶ୍ନ କରିଥିଲେ।

Advertisment

ଏହାପରେ ସମସ୍ତେ ଉପଭୋକ୍ତା ତୁଷାର ପଟ୍ଟନାୟକଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ। ତାଙ୍କ ପୁଅ ପୂରା ଘଟଣାର ଭିଡିଓ କରିବାରୁ ତଥାକଥିତ Tpcodlର ଗୁଣ୍ଡାମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏପରି କି ତାଙ୍କ ଦାମୀ ମୋବାଇଲକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ। ଆକ୍ରମଣରେ ତୁଷାରଙ୍କ ପୁଅଙ୍କ ନାକ ଫାଟି ଯାଇଛି। ସେହିପରି ତାଙ୍କ ବାପା ମଧ୍ୟ ଆହତ ହୋଇଛନ୍ତି।

ଏହି ଘଟଣାକୁ ବିରୋଧ କରି ଆଜି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ପୁଲିସ୍‌ ନିକଟରେ ବିଧିବଦ୍ଧ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତୁଷାରଙ୍କ କହିବା କଥା ଯେ ଫେବୃଆରୀ ମାସ ଯାଏ ସେ ସବୁ ବିଲ୍‌ ପୈଠ କରିଥିଲେ। ମାର୍ଚ୍ଚ ୧୩ରେ ଶେଷ ଥର ପାଇଁ ବିଲ୍‌ ପୈଠ ହୋଇଥିଲା। ସେ ନିଜେ ବିଲ ବାବଦ ଟଙ୍କା କମ୍ପାନୀ ନାଁରେ payment କରିଥିଲେ। କିନ୍ତୁ ମାର୍ଚ୍ଚ ମାସ ସରି ନ ଥିବା ବେଳେ ପୁଣି ଅଧିକ ଟଙ୍କା କେମିତି ହେଲା ବୋଲି ତୁଷାର କର୍ମଚାରୀମାନଙ୍କୁ ପ୍ରଶ୍ନ କରିଥିଲେ। ବାସ୍‌ ଏହି କଥାକୁ କେନ୍ଦ୍ର କରି Tpcodl କର୍ମଚାରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ ହୋଇଛି। ଖଣ୍ଡଗିରି ଜେଇଇ ଶିଶିର ରାଉତ ମଧ୍ୟ ଏପରି ଏକ ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି। ଏନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି।

ଅଭିଯୋଗ ଉପଭୋକ୍ତା ତୁଷାର ପଟ୍ଟନାୟକ କହିଛନ୍ତି, “ବିଜୁଳି ବିଭାଗ ପ୍ରତିଦିନ ସମସ୍ତ ନାଗରିକଙ୍କୁ ଦୁର୍ବ୍ୟବହାର କରୁଛି। ମୋର ଗୋଟିଏ ହେଲେ ଟଙ୍କା ବାକି ନାହିଁ। ଫେବୃଆରୀ ମାସ ସୁଦ୍ଧା ସବୁ ବିଲ୍‌ କ୍ଲିୟର କରାଯାଇଥିଲା। ଗତ ୧୩ରେ ମୁଁ ଶେଷ ବିଲ୍‌ ଦେଇଥିଲି। ମାର୍ଚ୍ଚ ୨୦ରେ ପୁଣି ବିଲ ଆସିଛି।

ବିଲ୍‌ରେ ୪,୬୦୦ ଟଙ୍କା ଦେବାକୁ କୁହାଯାଇଛି। ମୁଁ କେବଳ ପଚାରି ଥିଲି ଯେ ୪,୬୦୦ ଟଙ୍କା କ’ଣ ପାଇଁ? ସେମାନେ ଆମକୁ କହିଥିଲେ ଯେ ଆମେ କିଛି ଜାଣିନୁ। ଆମକୁ ୪,୬୦୦ ଟଙ୍କା ଦିଅନ୍ତୁ। ମୁଁ ତାଙ୍କୁ କହିଥିଲେ ଯେ ମାର୍ଚ୍ଚ ୧୩ରେ ମୁଁ ୨୬୭୦ ଟଙ୍କା ଦେଇ ସାରିଛି। ବାକି ଯାହା ରହିଲା ମୋତେ ଠିକ ବିଲ୍‌ ଦିଅନ୍ତୁ ମୁଁ କାଲି ପୈଠକ କରିଦେବି।

ଏତିକି କଥା ଶୁଣି ସେମାନେ ଚାଲି ଯାଇଥିଲେ। ତା’ ପରେ ଆସି ବିଜୁଳି କାଟିବା ସହ ଗୁଣ୍ଡାଗର୍ଦ୍ଦି କରିଛନ୍ତି। ସେମାନେ ମୋ ପୁଅର ୫୦ ହଜାର ଟଙ୍କିଆ ମୋବାଇଲକୁ ଭାଙ୍ଗି ଦେଇଛନ୍ତି। ମୋ ପୁଅ ଲହୁଲୁହାଣ ହୋଇଛି। ମୁଁ ନଥିଲେ ସେମାନେ ମୋ ପୁଅକୁ ମାରି ଦେଇଥାଆନ୍ତେ। ଏହାପଛରେ ଆକ୍ରମଣ କରିଥିବା କର୍ମଚାରୀଙ୍କ କିଛି ଭୁଲ ନାହିଁ। ସବୁ ଭୁଲ ଏସ୍‌ଡିଓ ଓ ଜେଇଇଙ୍କର ରହିଛି। ସେମାନଙ୍କ କଥାରେ ଆକ୍ରମଣ ହୋଇଛି।”

Odisha Bhubaneswar Electricity Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe