Advertisment

ଜାମୁକୋଳିରେ ଷଣ୍ଢ ମଡ଼କ !

କଥା କହିପାରୁ ନ ଥିବା ତଥା ସମସ୍ତଙ୍କ ନିମନ୍ତେ ପୂଜ୍ୟ ଗୋମାତାଙ୍କୁ ରାଜଧାନୀରୁ ଜୋର କରି ନିଆଯିବା ପରେ ସେମାନେ କିପରି ଦୁଃଖ ପାଉଛନ୍ତି, ତାହା ବଖାଣୁଛି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି କ୍ରିଷ୍ଣା ଗୋଶାଳା।

author-image
Niranjan Mishra
ଅଦ୍ୟତନ ହୋଇଛି
Cows and bulls are struggling

Cows and bulls are struggling

ଭୁବନେଶ୍ୱର ସହରକୁ ବୁଲା ଗାଈ, ଷଣ୍ଢ ମୁକ୍ତ କରିବାକୁ ପ୍ରଶାସନ ଉଦ୍ୟମ କିପରି ଚାଲିଛି ? ବୁଲା ଗୋରୁଗାଈଙ୍କୁ କିପରି ଉଠାଉଛନ୍ତି ? ସେମାନଙ୍କୁ ଉଠାଇ ନେଇ ରଖାଯାଉଥିବା ସ୍ଥାନରେ ଉପଯୁକ୍ତ ସେବାଯତ୍ନ କରାଯାଉଛି ତ ? କଥା କହିପାରୁ ନ ଥିବା ତଥା ସମସ୍ତଙ୍କ ନିମନ୍ତେ ପୂଜ୍ୟ ଗୋମାତାଙ୍କୁ ରାଜଧାନୀରୁ ଜୋର କରି ନିଆଯିବା ପରେ ସେମାନେ କିପରି ଦୁଃଖ ପାଉଛନ୍ତି, ତାହା ବଖାଣୁଛି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି କ୍ରିଷ୍ଣା ଗୋଶାଳା। 

Advertisment

ଜାମୁକୋଳି କ୍ରିଷ୍ଣା ଗୋଶାଳାରେ ଏବେ ଦେଖାଦେଇଛି ଷଣ୍ଢ ମଡ଼କ। ଏମିତି ଏକ ଅଭିଯୋଗର ସତ୍ୟତା ପରଖିବା ପାଇଁ ଏହି ଗୋଶାଳାରେ ପହଁଚିଥିଲା ଓଡିଶା ରିପୋର୍ଟର ଟିମ୍। ସତକୁ ସତ ପଡିଆ ମଝିରେ ପଡି ରହିଥିଲା ଗୋଟିଏ ମଲା ଷଣ୍ଢ। ତା’ ଉପରେ ଗୋଶାଳା ପକ୍ଷରୁ ପଲିଥିନ୍ ଘୋଡାଇ ଦିଆଯାଇଥିଲେ ବି ଅନ୍ୟ ଏକ ଷଣ୍ଢ ଆସି ସେ ପଲିଥିନକୁ ଟାଣି ଖାଇବାରେ ବ୍ୟସ୍ତ ଥିଲା । କେବଳ ଏହି ଗୋଟିଏ ଷଣ୍ଢ ନୁହେଁ ନଜର ବୁଲାଇଲା ପରେ ଆଉ ଏକ କଳା ରଙ୍ଗର ଛୋଟ ଷଣ୍ଢ ମଧ୍ୟ ମଲାଙ୍କ ପରି ପଡି ରହିଥିଲା। ଯଦିଓ ଦୂରରୁ ମୃତ କି ଜୀବିତ ଜାଣିବା କଷ୍ଟକର ଥିଲା। କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତିରୁ ଷଣ୍ଢଟି ମୃତବତ୍ ମନେ ହେଉଥିଲା। ପ୍ରତ୍ୟେକ ଦିନ ଗୋଶାଳାରେ ଏମିତି ୩-୪ଟି ଷଣ୍ଢ ଓ ଗାଈ ମରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ର ମଲ୍ଲିକ।

Cowଗୋଶାଳାରେ ନିର୍ଜିବ ଭଳି ପଡ଼ିଥିବା ଗାଈ

ଗତ ଜାନୁୟାରୀରେ ଜାମୁକୋଳି ଗୋଶାଳାରେ ଅବବ୍ୟସ୍ଥା ନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରସାରଣ ପରେ ଜାନୁୟାରୀ ୨୧ରେ ଅଚାନକ୍ ଗୋଶାଳାରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ସାଢେ ୫ ଏକରର ଏହି ଗୋଶାଳାରେ ସର୍ବାଧୀକ ୭ ଶହ ଗାଇ ଗୋରୁ ରହିବାର କ୍ଷମତା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏଠାରେ ୯୦୬ ଟି ବୁଲା ଗାଈ ଓ ଷଣ୍ଢକୁ ରଖା ଯାଇଥିବା ବେଳେ ଏବେ ଏହି ସଂଖ୍ୟା ୯୬୬ ରେ ପହଁଚିଲାଣି ।

Advertisment

ଧୁ ଧୁ ଖରାରେ ଟାଙ୍ଗରା ଭୂଇଁରେ ଥିବା ଏହି ଗୋଶାଳାରେ ଠିକ୍ ଭାବେ ଯତ୍ନ ନିଆଯାଉନଥିବାରୁ ଗାଈ ଓ ଷଣ୍ଢଙ୍କର ମୃତ୍ୟୁ ହେଉଛି ବୋଲି ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମଲା ଷଣ୍ଢଙ୍କ ପେଟରୁ ପୁଳା ପୁଲା ପଲିଥିନ୍ ବାହାରୁଛି।

bhubaneswar cowଭୁବନେଶ୍ୱରରୁ ଷଣ୍ଢକୁ ଉଠାଇ ନିଆଯାଉଛି।

ଗୋରୁଙ୍କୁ ସହରରୁ ଆଣି ଗୋଶାଳାରେ ଭର୍ତ୍ତି କରି ଦିଆଯାଉଛି। ଖାଇବା ପାଇଁ ସାମଗ୍ରୀ ଆସୁଛି, କିନ୍ତୁ ସଠିକ୍ ଚିକିତ୍ସା ହେଉନି। କାରଣ ଏବେବି ଅନେକ ଷଣ୍ଢଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ଦେଖିବାକୁ ମିଳିଛି। ଯଦିଓ ଗୋଶାଳା ବୋର୍ଡରେ ସ୍ୱତନ୍ତ୍ର ଭାବେ ଦୁଇ ଭେଟନାରୀ ଡାକ୍ତରଙ୍କ ନାଁ ଲେଖା ହୋଇଛି। କିନ୍ତୁ ଚିକିତ୍ସା ଅଭାବରୁ ପ୍ରତ୍ୟେକ ଦିନ ଗୋରୁଗାଈଙ୍କ ମୃତ୍ୟୁ ହେଉଥିବା ଏହି ଗୋଶାଳା ବୋର୍ଡରୁ ହିଁ ସ୍ପଷ୍ଟ ହୋଇ ଯାଉଛି। ହେଲେ ଏ ନେଇ ଗୋଶାଳା ପକ୍ଷରୁ କେହି ବି ମୁହଁ ଖୋଲିବାକୁ ନାରାଜ।

ରିପୋର୍ଟ- ଭୁବନେଶ୍ୱରରୁ ସ୍ୱାତୀ ଜେନା

Free Cow