Advertisment

ରାଜଧାନୀରେ ବାଣ ବିସ୍ଫୋରଣ, ଉଡିଗଲା ଛାତ!

ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଶିବନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Bhubaneswar

Bhubaneswar

Advertisment

ଆଜି ସନ୍ଧ୍ୟା ବେଳେ ରାଜଧାନୀ ଭୁବନେଶ୍ୱରରେ ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଆଜବେଷ୍ଟସ୍‌ ଛାତ ଉଡି ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜଧାନୀରେ ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସିଏଲ୍‌ କଲୋନୀର ଶିବନ ତାଡ଼ି ଘରେ ବାଣ ଭିଡ଼ୁଥିଲେ। ଠିକ୍‌ ସେହି ସମୟରେ ବିଣ ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ଆଜବେଷ୍ଟସ୍‌ ଘରର ଛପର ଉଡ଼ି ଯାଇଥିଲା। ଘରୋଇ ଉପକରଣ ସାମଗ୍ରୀ ସବୁ ଛିନ୍‌ଛତ୍ର ହୋଇ ବାହାରେ ପଡ଼ିଥିଲା। ସେ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଶିବନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ଘଟିଥିବା ଘରେ କେତେକଦିନ ଧରି ବାଣ ଭିଡା ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ କମିଶନରେଟ୍‌ ପୁଲିସ୍‌ ସେହି ଘରକୁ ସିଲ୍‌ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀର ଛାତି ଉପରେ ଏକ ଜନବସତି ଅଞ୍ଚଳରେ ବାଣ ଭିଡ଼ା ହେଉଥିବା ବେଳେ ପୁଲିସ କେମିତି ଜାଣିପାରୁନଥିଲା? ନା ପୁଲିସ ସବୁ ଜାଣି ଚୁପ୍‌ ରହିଥିଲା। ବାଣ ବିସ୍ଫୋରଣ ପରେ ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe