Advertisment

ଆଜି ଝାରସୁଗୁଡ଼ାରେ ହେବ ନ‍‍ବ ଦାସଙ୍କ ଶେଷକୃତ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଆଜି ଝାରସୁଗୁଡ଼ାରେ ହେବ ଶେଷକୃତ୍ୟ । ଗତରାତିରୁ ମୃତଦେହକୁ ନବ ଦାସଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି।

ଅଦ୍ୟତନ ହୋଇଛି
Naba Das

Naba Das

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଆଜି ଝାରସୁଗୁଡ଼ାରେ ହେବ ଶେଷକୃତ୍ୟ  । ଗତରାତିରୁ ମୃତଦେହକୁ ନବ ଦାସଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଆଜି ସକାଳ ୮ଟାରେ ମୃତଦେହକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରୁ ମୃତଦେହକୁ ଏକ ଚୋପର ବିମାନ ଯୋଗେ ଝାରସୁଗୁଡ଼ା ନିଆଯିବ । ନବ ଦାସଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି।

Advertisment

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି । ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ । ଏହି ସମୟରେ ଶେଷକୃତ୍ୟ ସ୍ଥଳରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

 ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଗତକାଲି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଜଣେ ଏଏସଆଇ ଗୁଳି ମାଡ଼  କରିଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଶେଷ ହେବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନବ ଦାସ।  ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଗତ ରାତିରେ ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ମର ଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଛି।

Advertisment

ନବ ଦାସଙ୍କ ମୃତ୍ୟୁ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି। 

Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe