Advertisment

କ୍ରାଇମବ୍ରାଞ୍ଚ କରିବ ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ, ଆଜି ବଲାଙ୍ଗିର ଯିବ ଟିମ୍‌

ଗୋଟିଏ ସାର୍ଟିଫିକେଟ୍ ପାଖାପାଖି ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିଲା । ପୁଲିସ ପ୍ରାୟ ୫ ହଜାର ଫେକ୍ ସାର୍ଟିଫିକେଟ୍ ଜବତ କରିଥିବା ଜଣାପଡିଛି ।

Fake Certificate

Fake Certificate

Advertisment

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହେବା ପରେ ବିରୋଧୀଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେଣି ସରକାରୀ ଦଳ । ବଲାଙ୍ଗିର ପୁଲିସ୍‌ ଏହି ମାମଲାର ତଦନ୍ତ କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ କରିବ ଏହି ଚାଞ୍ଚଲ୍ୟକର ଘଟଣାର ତଦନ୍ତ। ଏଥିନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ଆଜି ବଲାଙ୍ଗିର ଯିବ କ୍ରାଇମବ୍ରାଞ୍ଚର ଏକ ଟିମ୍ ।

Advertisment

ଡିଏସପି ଡି.ବି ଚକ୍ରଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ମାମଲାର ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରିବ। ଛାନଭିନ ନେଇ ଉତ୍ତରପ୍ରଦେଶ ମଧ୍ୟ ଯାଇପାରେ କ୍ରାଇମବ୍ରାଞ୍ଚ ।

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଜାଲ୍ ସାର୍ଟିଫିକେଟ କରାବାରର ଚେର ଲମ୍ବିଛି। ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟ କାରବାରର ସାଂଘାତିକ ଅଭିଯୋଗ। ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରି ସାରିଛି ଜିଲ୍ଲା ପୁଲିସ । ଜାଲ ସାର୍ଟିଫିକେଟ୍‌ର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଗିରଫ ହେବା ପରେ ତାଙ୍କ ସହ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିରୋଧୀ କହିବା ଆରମ୍ଭ କରିଛନ୍ତି।

Advertisment

ଏହି ଜାଲ ସାର୍ଟିଫିକେଟ୍ କାରବାର ଏକ ଚେନ୍ ଭଳି କାମ କରୁଥିଲା । ଦେଶର ୪୦ଟି ଶିକ୍ଷା ବୋର୍ଡର ଜାଲ୍ ସାର୍ଟିଫିକେଟ୍ ବହୁ ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି । ଯେ କୌଣସି ଛାତ୍ର ପ୍ରଥମେ ସାର୍ଟିଫିକେଟ୍ କିଣୁଥିଲା ସେ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଜାଲ ସାର୍ଟିଫିକେଟ୍ ନେବାକୁ ଦଲାଲ ସାଜୁଥିଲା । ଚାକିରି ଆଶାୟୀ ଯୁବକଙ୍କୁ ଚେନ୍ କରି ୨୦୧୬ରୁ ଏହି କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। 

ଗୋଟିଏ ସାର୍ଟିଫିକେଟ୍ ପାଖାପାଖି ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିଲା । ପୁଲିସ ପ୍ରାୟ ୫ ହଜାର ଫେକ୍ ସାର୍ଟିଫିକେଟ୍ ଜବତ କରିଥିବା ଜଣାପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନକଲି ସିଲ୍ ଏବଂ ଷ୍ଟାମ୍ପ୍ ମଧ୍ୟ ଜବତ ହୋଇଛି ।

ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ୍ ପଛର ଗୁମର ଖୋଲିବା ସହ ଏହା ପଛରେ ବି ସରକାରୀ ଦଳର ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଏ କଳା କାରବାର ଚାଲିଥିଲା ବୋଲି ସେମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। 

ବିଜେଡିର ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁଶାନ୍ତ ସିଂଙ୍କ ସହ ଜାଲ ସାର୍ଟିଫିକେଟ୍ ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ଏକ ଫଟୋ ଦେଖାଇ ଏହା ପଛରେ ସରକାରୀ ଦଳର ସଂପୃକ୍ତି ଥିବା କହିଛି ବିଜେପି। ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ବାଣ ମାରି ଘାଇଲା କରିଛି।

ତେବେ ଜାଲ ସାର୍ଟିଫିକେଟ ରାକେଟ ପଛରେ ବିଜେଡିର ହାତ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ବିଧାୟକ ଭାଗିରଥୀ ସେଠୀ । ସେ କହିଛନ୍ତି, “ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ନାଁ ନେବା ବିରୋଧୀଙ୍କ ଅଭ୍ୟାସ। କିନ୍ତୁ ବିଜେଡି ନେତାଙ୍କ କୌଣସି ସଂପୃକ୍ତି ନାହିଁ। ଫେକ ସାର୍ଟିଫିକେଟ ଥାଇପାରେ। ଏହି ଘଟଣାରେ କିଛି ଗିରଫ ହେଲେଣି। ତଦନ୍ତ ଚାଲିଛି। ତଦନ୍ତ ପରେ ଉପଯୁକ୍ତ ଦଣ୍ଡ ବିଧାନ କରାଯିବ।”

Fake Item Racket Certificates Crime Branch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe