Advertisment

ଓଡ଼ିଶାରେ ଉଦବେଗଜନକ ସ୍ଥିତି: ୫ବର୍ଷରେ ୬୫% ଅପରାଧ ବଢ଼ିଛି

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଇଙ୍ଗିତ କରୁଛି ।

ଅଦ୍ୟତନ ହୋଇଛି
odisha assembly

odisha assembly

Advertisment

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଇଙ୍ଗିତ କରୁଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୬୫.୪୨% ଅପରାଧ ବୃଦ୍ଧି ପାଇଛି । ବିଧାନସଭାରେ ଗୃହ ବିଭାଗର ଶ୍ୱେତପତ୍ର ଆସିବା ପୂର୍ବରୁ ୨୦୨୨ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୭୮ହଜାର ୧୯୦ଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି ।

Advertisment

୨୦୧୮ ମସିହା ତୁଳନାରେ ଏହା ମୋଟ ୭୦୭୮୨ଟି ଅଧିକ ଅର୍ଥାତ ୬୫.୪୨% ଅଧିକ ବୋଲି ଜଣାପଡ଼ିଛି । ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ଅଛି କହି ରାଜ୍ୟ ସରକାର ଏସବୁକୁ ଏଡ଼ାଇ ଯାଉଥିଲେ ।

ତେବେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଦେଇଥିବା ଲିଖିତ ଉତ୍ତର ଅନୁସାରେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଚୋରି ଓ ଡକାୟତି ମାମଲା ବୃଦ୍ଧି ପାଇଛି । ୨୦୧୮ରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧ଲକ୍ଷ ୭ହଜାର ୪୦୮ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୧ଲକ୍ଷ ୨୧ହଜାର ୫୨୫, ୨୦୨୦ରେ ୧ଲକ୍ଷ ୩୪ହଜାର ୨୩୦ଟି, ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ଟି ଓ ୨୦୨୨ରେ ୧ଲକ୍ଷ ୭୮ହଜାର ୧୯୦ଟି ମାମଲା ପଞ୍ଜିକୃତ ହୋଇଛି । ୨୦୨୨ ମସିହାରେ ୩୧୮୪ଟି ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ଥିଲା ।

Advertisment

ସେହିପରି ୨୦୨୨ ମସିହାରେ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଛିନତାଇ ଓ ୧୪୮୯୩ଟି ଚୋରି ମାମଲା ରୁଜୁ ହୋଇଛି । ୧୧୬୬୩ଟି ଗାଡ଼ି ଦୁର୍ଘଟଣା, ୫୩୫୨ଟି ସିନ୍ଧିଚୋରି ଓ ୧ଲକ୍ଷ ୩୦ହଜାର ୩୮୦ଟି ଅନ୍ୟାନ୍ୟ ଅପରାଧ ମାମଲା ରେକର୍ଡ ହୋଇଛି । ୨୦୧୮ ମସିହାରେ ରାଜ୍ୟରେ ୨୫୦୨ଟି ବଳାତ୍କାର ମାମଲା ରୁଜୁ ହୋଇôଥବାବେଳେ ୨୦୨୨ରେ ଏହା ୩୧୮୪କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟ ସରକାର ବିଧାନସଭାରେ ଗୃହ ବିଭାଗର ଶ୍ୱେତପତ୍ର ଜାରି କରି ରାଜ୍ୟର ଅପରାଧ ସଂକ୍ରାନ୍ତରେ ସୂଚନା ଦେଇଥାନ୍ତି ।

Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe