ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ୧୫% ବଢ଼ିଛି ଅପରାଧ, ୫୧ହଜାର ମାମଲାରେ ଚାର୍ଜସିଟ୍ ହୋଇନି

୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ୧ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି ।

crimes in odisha PhotoOR

ଶ୍ୱେତପତ୍ର

Ordigital Desk
  • Published: Monday, 20 March 2023
  • Updated: 20 March 2023, 10:05 PM IST

Sports

Latest News

ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ୧ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ଅଧିକ ୨୨୭୭୦ଟି ଅଧିକ ଅପରାଧ ସଂଘଟିତ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ଶ୍ୱେତପତ୍ରରେ ଦର୍ଶାଯାଇଛି ।

ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧.୭୮ଲକ୍ଷ ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪୮୯୩ଟି ଚୋରି, ୫୩୫୨ଟି ପ୍ରତାରଣା, ୨୨୪୮ଟି ଦଙ୍ଗା , ୩୧୮୪ଟି ଦୁଷ୍କର୍ମ, ୧୧୬୬୩ଟି ମୋଟରଯାନ ଦୁର୍ଘଟଣା ଓ ୧୩୦୩୮୦ଟି ବିବିଧ ମାମଲା ସାମିଲ ଅଛି । ତେବେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ ହୋଇଥିଲାବେଳେ ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧,୧୮,୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଥାତ୍ ୫୧,୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି ।

Also Read

ସେହିପରି ୨୦୨୨ରେ ମୋଟ ୧୩୭୯ଟି ହତ୍ୟା ଘଟଣାରୁ ୧୩୦୧ଟି ସତ ଓ ସେଥିରୁ ୬୪୦ଟି ମାଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧୩୬୫ଟି ସତ୍ୟ ଓ ସେଥିରୁ ୨୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୧୪୮୯୩ଟି ଚୋରି ମାମଲା ମଧ୍ୟରୁ ୧୪୫୭୩ଟି ମାମଲା ସତ ଓ ସେଥିରୁ ୫୮୫୯ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ମୋଟ ୧୭୭କୋଟି ୩୦ହଜାର ୭୦୨ଟି ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ମଧ୍ୟରୁ ମାତ୍ର ୩୨.୪୩ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି । ୨୨୮୪ଟି ଦଙ୍ଗା ମାମଲା ମଧ୍ୟରୁ ୨୧୭୨ଟି ସତ ଓ ସେଥିରୁ ୧୩୬୧ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।

୨୦୨୨ ମସିହାରେ ପୁଲିସ ତରଫରୁ ୧୪ଥର ଗୁଳି ଚାଳନା କରାଯାଇଛି । ୨୦୨୨ ମସିହାରେ ରାଜନୀତିକ ଦଳ ଓ ସେମାନଙ୍କ ସଂଗଠନ ପକ୍ଷରୁ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୨୯୪ଥର ରାସ୍ତାରୋକ, ୧୮ଥର ରେଳରୋକ, ୧୪୦୩ଥର ଧାରଣା, ୬୮୪ଥର ରାଲି, ୧୪୭୭ଥର ବିକ୍ଷୋଭ, ୬୩ଥର ଅନଶନ, ୪୯ଥର ବନ୍ଦ ଓ ୭୦ଥର ଘେରାଉ କରାଯାଇଥିଲା । ତେବେ ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ବିଶେଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

ତେବେ ୨୦୨୧ ମସିହା ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇବା ସହ ମୋଟରଯାନ ଦୁର୍ଘଟଣା, ଚୋରି, ଡକାୟତି, ସିନ୍ଧିଚୋରି, ପ୍ରତାରଣା ଓ ଦଙ୍ଗା ମାମଲା ମଧ୍ୟ ବୃଦ୍ଧି ପାଇଛି । ତେବେ ହତ୍ୟା ଓ ଧର୍ଷଣ ମାମଲା ଅପେକ୍ଷାକୃତ ହ୍ରାସ ପାଇଛି ।

୨୦୨୨ ମସିହାରେ ୨୬୩ଟି ଯୌତୁକଜନିତ ହତ୍ୟା ମାମଲା, ୧୦୬ଟି ଯୌତୁକଜନିତ ଆତ୍ମହତ୍ୟା ମାମଲା, ୪୮୫୯ଟି ଯୌତୁକ ନିର୍ଯାତନା, ୭୦ଟି ମାନବ ଚୋରାଚାଲାଣ, ୧୯୮୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା । ସେହିପରି ଅନୁସୂଚିତ ଜାତିଙ୍କ ଉପରେ ଅତ୍ୟାଚାରର ୨୮୯୮ଟି ମାମଲା, ଜନଜାତିଙ୍କ ଉପରେ ଅତ୍ୟାଚାରର ୮୦୬ଟି ମାମଲା ରୁଜୁ ହୋଇଛି । ତେବେ ନାଗରିକ ଅଧିକାର ସଂରକ୍ଷଣ ମାମଲା ସମ୍ପର୍କିତ କୌଣସି ମକଦ୍ଦମା ରୁଜୁ ହୋଇନି ।

୨୦୨୨ ମସିହାରେ ଭୁବନେଶ୍ୱରରେ ନକଲି ଟଙ୍କା କାରବାର କରୁଥିବା ୫ଜଣ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୭.୪୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା ।

୨୦୨୨ ମସିହାରେ ମାଓବାଦୀ ଗିତିବିଧିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ମ ିଳିଛି । ଏହି ବର୍ଷ ମାଓବାଦୀଙ୍କ ସହ ସଂଗଠିତ ୧୨ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୨୭ଟି ମାଓବାଦୀ ହିଂସା ଘଟଣା ଘଟିଥିଲା । ଏସବୁ ଘଟଣାରେ ମୋଟ ୩ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ୮ଜଣ ସାଧାରଣ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିଲା । ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୭ଜଣ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ । ୧୨ଜଣ ମାଓବାଦୀ ଗିରଫ ଓ ୩ଜଣ ଆତ୍ମସମର୍ପଣ କରିଥିଲେ । ମାଓବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନବେଳେ ମୋଟ ୨୯ଟି ବନ୍ଧୁକ, ୮୭ଟି ଉନ୍ନତ ବିସ୍ଫୋରକ ଓ ବହୁ ପରିମାଣର ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ‘ଅପରେସନ୍ ଘର ୱାପସି’ ଯୋଗୁ ମାଓବାଦୀ ପ୍ରଭାବିତ ଅଂଚଳରୁ ପ୍ରାୟ ୩ହଜାରରୁ ଅଧିକ ମିଲେସିଆ ଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।

୨୦୨୨ ମସିହାରେ ମାଦକ ଦ୍ରବ୍ୟ ନିରୋଧ ଆଇନରେ ୧୮୯୨ଟି ମାମଲା ପଞ୍ଜିକୃତ କରି ରାଜ୍ୟ ପୁଲିସ ୨୬୦୩ଜଣଙ୍କୁ ଗିରଫ କରିଥିଲା । ଏହାସହିତ ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ଗଞ୍ଜେଇ ଓ ୫୦କିଲୋ ୨୩୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

୨୦୨୨ ମସିହାରେ ପଂଚାୟତ ନିର୍ବାଚନ, ପୌର ନିର୍ବାଚନ, ବ୍ରାଜରାଜନଗର, ଧାମନଗର ଓ ପଦମପୁରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos