Advertisment

ସମ୍ବଲପୁରରେ ହଟିଲା କର୍ଫ୍ୟୁ, ସ୍ଥିତି ହେଲା ସ୍ୱାଭାବିକ; ରାଜ୍ୟ ବିଜେପି ସଭାପତି ଦେଲେ ଚେତାବନୀ

ଦୀର୍ଘ ୧୭ ଦିନ ପରେ ଆଇନଶୃଙ୍ଖଳା ସ୍ଥିତି ସ୍ୱାଭାବିକ ହୋଇଥିବା ଲକ୍ଷ୍ୟ କରି ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି.ଗଙ୍ଗାଧର।

author-image
Niranjan Mishra
ଅଦ୍ୟତନ ହୋଇଛି
SP

SP

ସମ୍ବଲପୁରରେ ସ୍ଥିତି ହେଲା ସ୍ୱାଭାବିକ। ହଟିଲା ସମସ୍ତ କର୍ଫ୍ୟୁ। ଦୀର୍ଘ ୧୭ ଦିନ ପରେ ଆଇନଶୃଙ୍ଖଳା ସ୍ଥିତି ସ୍ୱାଭାବିକ ହୋଇଥିବା ଲକ୍ଷ୍ୟ କରି ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି.ଗଙ୍ଗାଧର। ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚେତବାନୀ ଦେଇ କହିଛନ୍ତି, ବିଜେପିର ସଂସଦୀୟ ପ୍ରତିନିଧି ଦଳ ଆସନ୍ତା ପହିଲାରେ ସମ୍ବଲପୁର ସ୍ଥିତି ଦେଖିବାକୁ ଆସୁଛନ୍ତି। ରାଜ୍ୟ ସରକାର ଏହାକୁ ବାଧା ଦେଲେ ପରିଣାମ ଭୋଗିବେ।

Advertisment

ତେବେ ଏସ୍‌ପି କହିଛନ୍ତି, ସମ୍ବଲପୁର ଅନ୍ତର୍ଗତ ପୂର୍ବରୁ ୪ଟି ଥାନା ଅନ୍ତର୍ଗତ ଅଞ୍ଚଳରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବାବେଳେ ଏବେ ଆଉ ୨ ଥାନା (ଟାଉନଥାନା ଓ ଧନୁପାଲି ଥାନା) ଅନ୍ତର୍ଗତ ଅଞ୍ଚଳରୁ ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି।

ଏପର୍ଯ୍ୟନ୍ତ ୧୨ ତାରିଖ ହନୁମାନ ଜୟନ୍ତୀର ବାଇକ୍ ଶୋଭାଯାତ୍ରା ହିଂସାକାଣ୍ଡ ଘଟଣାରେ ୪୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଦିନ ହିଂସାକାଣ୍ଡ ଘଟଣାରେ ୫୬ ଜଣଙ୍କୁ ଗିରଫ କରାଯାଇଛି। ଏହି ୫୬ ଜଣଙ୍କ ଭିତରେ ୧୪ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ୮ ଅଭିଯୁକ୍ତ ମଧ୍ୟ ରହିଛନ୍ତି।

Advertisment

ସେପଟେ ସୋଶାଲ ମିଡ଼ିଆରେ ଆପତ୍ତିଜନକ ଲେଖା ପୋଷ୍ଟ କରିଥିବା ଅଭିଯୋଗରେରେ ମୋଟ ୧୬ ଜଣଙ୍କୁ ଧରାଯିବା ପରେ ସେମାନଙ୍କୁ ଅଣ୍ଡରଟେକିଂ ନେଇ ଛଡ଼ାଯାଇଥିବାବେଳେ ଅନ୍ୟପଟେ ଦୁଇଟି ସୋଶାଲ ମିଡିଆ ଗୃପର ୨ ଜଣ ଏଡମିନଙ୍କୁ ଗିରଫ କରାଯିବା ପରେ ପିଆର ବଣ୍ଡରେ ଛଡାଯାଉଛି। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ପୁଲିସ ବାନ୍ଧିବ। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଲୋକେ ସୋସିଆଲ ମିଡ଼ିଆକୁ ସତମାର୍ଗରେ ବ୍ୟବହାର କରନ୍ତୁ। କାରଣ ପୁଲିସ ସମସ୍ତ ପ୍ରକାଶ ସୋଶାଲ ମିଡ଼ିଆ ସେଲ୍ ମନିଟରିଂ କରୁଛି। ଲୋକେ କୌଣସି ପ୍ରକାର ଆପତ୍ତିଜନକ ପୋଷ୍ଟ ଆସିଲେ ଜିଲ୍ଲା କଣ୍ଟ୍ରୋଲ ରୁମ ନମ୍ବର ୧୧ ର ସହାୟତା ନିଅନ୍ତୁ କିମ୍ବା ଏସ୍‌ପିଙ୍କୁ ଫୋନ୍ କରି ଜଣାନ୍ତୁ ବୋଲି ବି. ଗଙ୍ଗାଧର ଅନୁରୋଧ କରିଛନ୍ତି।

ସୂଚନା ଥାଉକି, ଗତ ୧୨ ତାରିଖ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଏହା ପରବର୍ତ୍ତି ସମୟରେ ଘଟିଥିବା ହିଂସାକାଣ୍ଡ ଯୋଗୁ ସମ୍ବଲପୁରର ସହରର ମୋଟ ୬ଟି ଥାନାରେ କର୍ଫ୍ୟୁ ଲାଗିଥିଲା।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସମ୍ବଲପୁର ସ୍ଥିତି ଦେଖିବାକୁ ଆସନ୍ତା ମେ’ ୧ରେ ସମ୍ବଲପୁର ଆସୁଛନ୍ତି ବିଜେପିର ସଂସଦୀୟ ପ୍ରତିନିଧି ଦଳ। ସାଂସଦ ବୃଜରାଜଙ୍କ ନେତୃତ୍ୱରେ ୪ ଜଣିଆ କମିଟି ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଆସୁଛନ୍ତି। ୨ରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ମୃତ୍ୟୁ ହୋଇଥିବା ଚନ୍ଦ୍ରମଣିଙ୍କ ଗାଁ ଏବଂ ତାଙ୍କ ଘରକୁ ଯାଇ ଆଲୋଚନା କରିବେ। ଏହା ସହ ସାଧାରଣ ଲୋକ, ବୁଦ୍ଧିଜୀବୀ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ। ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାର କାର୍ଜ୍ୟକ୍ରମ ରହିଛି। ସମ୍ବଲପୁରରେ ଯେଉଁ ଦଙ୍ଗା ପରିସ୍ଥିତି ତିଆରି ହୋଇଛି। ଏଠି ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି ବୋଲି ବିଚାର ତିଆରି ହୋଇଛି। ସେ ନେଇ ଆଲୋଚନା କରିବେ। ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ରିପୋର୍ଟ ଦିଆଯିବ। ଯଦି ରାଜ୍ୟ ସରକାର ସେମାନଙ୍କ ଗସ୍ତକୁ ବାଧା ଦିଅନ୍ତି, ତାହାର ପରିଣାମ ଭୋଗିବେ।

Sambalpur Sambalpur Violence