Advertisment

ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା 'ମୋକା'

୧୪ ତାରିଖ ପୂର୍ବାହ୍ନରେ ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
cyclone

cyclone

ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା 'ମୋକା'। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ଏନେଇ  ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ତେବେ ୧୪ ତାରିଖ ପୂର୍ବାହ୍ନରେ ବାତ୍ୟା 'ମୋକା' ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ। ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି।

Advertisment

ଅନ୍ୟପକ୍ଷରେ ରାଜ୍ୟରେ ଜାରି ରହିଛି ଅସସ୍ୟ ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଆଗକୁ ବି ତାତିରୁ ନାହିଁ ନିସ୍ତାର। ଆସନ୍ତାକାଲିଠୁ ଆହୁରି ପାରଦ ବଢିବ ବୋଲି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

Weather Report Cyclone Update Weather Condiction