ଦୁର୍ଦ୍ଦିନରେ ବିଶ୍ୱବିଦ୍ୟାଳୟ ପାଠପଢ଼ା: ନାହାନ୍ତି ଅଧ୍ୟାପକ, ପାଠପଢ଼ା ଠପ୍

ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରେ ବିଶ୍ୱବିଦ୍ୟାଳୟ ଘୋଷଣା କରି ଚାଲିଛନ୍ତି। ହେଲେ ଏସବୁ ୟୁନିଭର୍ସିଟିରେ କେମିତି ଚାଲିଛି ପାଠପଢା ?

odisha culture university PhotoOR

ଓଡ଼ିଶା ସଂସ୍କୃତ ବିଶ୍ୱବିଦ୍ୟାଳୟ

Niranjan Mishra
  • Published: Tuesday, 21 March 2023
  • Updated: 21 March 2023, 10:30 PM IST

Sports

Latest News

ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରେ ବିଶ୍ୱବିଦ୍ୟାଳୟ ଘୋଷଣା କରି ଚାଲିଛନ୍ତି। ହେଲେ ଏସବୁ ୟୁନିଭର୍ସିଟିରେ କେମିତି ଚାଲିଛି ପାଠପଢା ? କେତେ ସଂଖ୍ୟକ ଷ୍ଟାଫ ଅଛନ୍ତି, ପରୀକ୍ଷା ସଠିକ ସମୟରେ ହେଉଛି ତ? ଏ ସମସ୍ତ ପ୍ରଶ୍ନର ଗୁମର ଖୋଲିଛି ସୂଚନା ଅଧିକାର ତଥ୍ୟ। ମାତ୍ର ୮ ଜଣ ଅଧ୍ୟପାକରେ ଚାଲିଛି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ।

ସେହିଭଳି ବିଧାନସଭାରୁ ମିଳିଥିବା ତଥ୍ୟ କହୁଛି କଟକ ଏମ୍‌ଏସ୍ ଲ' ୟୁନିଭର୍ସିଟିରେ ୫୦ରୁ ୫୦ଟି ଯାକ ଅଧ୍ୟାପକ ପଦବି ଖାଲି ପଡ଼ିଛି। କେବଳ ଗେଷ୍ଟ ଫାକଲଟି ଭରସାରେ ଚାଲିଛି ପାଠପଢ଼ା।

Also Read

୪୫ ଏକର ପରିମିତ ଜମିରେ ଛିଡା ହୋଇଛି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ବିଲଡିଂ ପାଇଁ ଖର୍ଚ୍ଚ ହୋଇଛି ଶହ ଶହ କୋଟି ଟଙ୍କା। ଏହା ଅଧିନରେ ଚାଲିଛି ୫୦ରୁ ଅଧିକ କଲେଜ୍। ଖୋଦ୍ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ରହିଛି ୨୧ଟି ବିଭାଗ। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ୮ ବର୍ଷ ହେଲା ମାତ୍ର ୮ ଜଣ ଷ୍ଟାଫକୁ ନେଇ ଚାଲିଛି ଏହି ବିଶ୍ୱବିଦ୍ୟାଳୟ। ଏଠାରେ ମୋଟ ୨୯ଟି ଅଧ୍ୟାପକ ପଦବି ପାଇଁ ମଞ୍ଜୁରୀ ମିଳିଥିବା ବେଳେ ଖାଲି ପଡ଼ିଛି ୨୧ ପୋଷ୍ଟ। 

ଫଳରେ ପାଠପଢା ପାଇଁ ନିର୍ଭର କରିବାକୁ ପଡୁଛି ଗେଷ୍ଟ ଫାକଲ୍ଟିଙ୍କ ଉପରେ। ଏପରିକି ଗତ ଏକ ବର୍ଷ ଧରି ହୋଇଥିବା ପରୀକ୍ଷାର ମୂଲ୍ୟାୟନ ହୋଇପାରୁନି। ସେହିପରି ପିଏଚ୍‌ଡି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଏଣ୍ଟ୍ରାନ୍ସ ଟେଷ୍ଟ ସହ ମୌଖିକ ପରୀକ୍ଷା ମଧ୍ୟ ହୋଇ ସାରିଛି, ହେଲେ କେବେ ଫଳ ପ୍ରକାଶ ପାଇବ କାହାକୁ ଜଣାନାହିଁ। ବିଶ୍ୱବିଦ୍ୟାଳୟର ଏଭଳି ଅବସ୍ଥା ନେଇ ବାରମ୍ବାର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଫଳ ଶୂନ। 

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରସନ୍ନ କୁମାର ସ୍ୱାଇଁ କହିଛନ୍ତି, ୨୯ ଜଣ ଅଧ୍ୟାପକ ଏଠାରେ ନିଯୁକ୍ତ ହେବା କଥା। ହେଲେ ଅଛନ୍ତି ମାତ୍ର ୯ ଜଣ। ଖାଲିଥିବା ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି।

କଟକର ମଧୁସୂଦନ ଲ’ ୟୁନିଭର୍ସିଟିର ସମାନ ସ୍ଥିତି। ଯେଉଁଠି ଜଣେ ହେଲେ ଅଧ୍ୟାପକ ନାହାନ୍ତି। ୫୦ରୁ ୫୦ ଟିଚିଂ ପୋଷ୍ଟ ଖାଲି। ବିଧାନସଭାରେେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ପ୍ରଶ୍ନ ଉଠୁଛି ଏଠାରେ କେମିତି ଚାଲିଛି ପାଠପଢା? ଅଧ୍ୟାପକ ନଦେଇ କିଭଳି ରାଜ୍ୟ ସରକାର ଘୋଷଣା କରିଦେଲେ ଆଇନ ବିଶ୍ୱ ବିଦ୍ୟାଳୟ।

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ଏଠି ପ୍ରତ୍ୟେକ ଦିନ ଗେଷ୍ଟ ଫାକଲ୍ଟିରେ ପାଠପଢା ହେଉଛି। ବର୍ଷ ବର୍ଷ ଧରି ଏଭଳି ଚାଲିଛି। 

ଏମ୍ଏସ୍ ଲ' ୟୁନିଭର୍ସିଟି ରେଜିଷ୍ଟ୍ରାର ନିରୁପମା ସ୍ୱାଇଁ କହିଛନ୍ତି, ସରକାରଙ୍କୁ ଖାଲିଥିବା ପଦବୀ ପୂରଣ ନିମନ୍ତେ ଲେଖା ସରିଛି। ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

ରାଜ୍ୟରେ ଏବେ ୧୮ଟି ସରକାରୀ ଓ ୬ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ସରକାରୀ ବିଶ୍ୱବିଦ୍ୟାଳୟରେ ମୋଟ୍ ୧୭୨୦ ଶିକ୍ଷକ ପଦବି ରହିଥିବା ବେଳେ ସେଥିମଧ୍ୟରୁ ୧ ହଜାର ୫ଟି ପଦବି ଖାଲି ପଡ଼ିଛି। ସେହିଭଳି ୨ ହଜାର ୬୩୯ଟି ଅଣ ଶିକ୍ଷକ ପଦବି ରହିଥିବା ବେଳେ ୧୫ଶହ ୩୪ଟି ଖାଲି ପଡିଛି। ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ କିଭଳି ଚାଲିଛି ବିଶ୍ୱବିଦ୍ୟାଳୟସ୍ତରୀୟ ଉଚ୍ଚ ଶିକ୍ଷା।

ସବୁଠି ଛାତ୍ରଛାତ୍ରୀଙ୍କ ଗୋଟିଏ ଅଭିଯୋଗ, ପାଠପଢ଼ା ଭଲ ହେଉନି। ବିଶ୍ୱବିଦ୍ୟାଳୟରେ ଯେପରି ପାଠପଢ଼ାର ମାହୋଲ ରହିବା କଥା ରହୁନି।

ତେବେ ଏ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story