Advertisment

ସାବଧାନ! ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ

୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Drone

Drone

Advertisment

ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ। ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ। ଡ୍ରୋନ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର। ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ ପାଟ୍ରୋଲିଂ ଆରମ୍ଭ କରିବ କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଡିସିପି କହିଛନ୍ତି, ଏହି ଡ୍ରୋନରେ ହାଇ ଡେଫିନେସନ କ୍ୟାମେରା ବ୍ୟବହାର କରାଯାଇଛି। ବହୁତ ଦୂରରେ ଥିଲେ ମଧ୍ୟ ଫୁଟେଜ ଭଲ ଆସୁଛି। ଏହି ଡ୍ରୋନ ୫ ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରିବ। ୫ କିଲୋମିଟର ଅଞ୍ଚଳ ଉପରେ ନଜର ରଖି ପାରିବ। ରାଜଧାନୀରେ ହେଉଥିବା ପର୍ବପର୍ବାଣୀ, ରାଲି, ଆନ୍ଦୋଳନ, ଭିଭିଆଇପି କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଇଭେଣ୍ଟ ବେଳେ ଏହି ଡ୍ରୋନ ଦ୍ୱାରା ନଜର ରଖାଯିବ।

ବର୍ତ୍ତମାନ କମିଶନରେଟ ପୁଲିସ ଗୋଟିଏ ଡ୍ରୋନ ବ୍ୟବହାର କରୁଛି। ଆବଶ୍ୟକ ପଡ଼ିଲେ ଆହୁରି ଆଣିବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି। ରାଜଧାନୀରେ ହକି ଓ ଫୁଟବଲ ଇଭେଣ୍ଟ ଡ୍ରୋନକୁ ବ୍ୟବହାର କରାଯାଇପାରିବ। କଣ୍ଟ୍ରୋଲ ରୁମ୍‌ରେ ବସି ଇଭେଣ୍ଟ ଉପରେ ନଜର ରଖାଯାଇପାରିବ। ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

Advertisment
Bhubaneswar Bhubaneswar Dcp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe