Advertisment

ଆଜି ସନ୍ଧ୍ୟାରେ ବାତ୍ୟା !୧୪ରେ ଉପକୂଳ ଛୁଇଁବ

ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସ୍ପଷ୍ଟ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
cyclone

cyclone

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସ୍ପଷ୍ଟ କରିଛି।

Advertisment

ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୧୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। ୧୨ ଓ ୧୩ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ।  ଏହି ସମୟରେ ୧୦ରୁ ୧୨ଫୁଟ୍‌ ଉଚ୍ଚତାରେ ଜୁଆର ଉଠିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି।

କାଲି ପରି ଆଜି ବି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ଡିଗ୍ରୀ  ଛୁଇଁଛି। ଏହାସହ ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେହିପରି ଝାରସୁଗୁଡ଼ାରେ ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୧୧ରୁ ୨ଟା ୩୦ ମଧ୍ୟରେ ତାପମାତ୍ରା ୩୯ରୁ ୪୩ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Bhubaneswar Cyclone Update