/odisha-reporter/media/post_attachments/uploadimage/library/16_9/16_9_0/Umesh_jena_1677825192.jpg)
Umesh jena
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଉମେଶଙ୍କ ଭୁବନେଶ୍ୱର ସ୍ଥିତ ଭିଏସ୍ଏସ୍ ନଗରରେ ଥିବା ବାସଭବନ, କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ଭୁବନେଶ୍ୱରର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଉମେଶଙ୍କ ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତ ଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢାଉ ଜାରି ରହିଛି।
ଚଢ଼ାଉ ବେଳେ ଉମେଶଙ୍କ ଘରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି। ତେବେ ଉମେଶଙ୍କର ଏପର୍ଯ୍ୟନ୍ତ କେତେ ସମ୍ପତି ଠାବ କରାଯାଇଛି ସେ ନେଇ କିଛି ସୂଚନା ସ୍ପଷ୍ଟ ହୋଇନାହିଁ।
ଉମେଶ ପୂର୍ବରୁ ଯୋଡ଼ାରେ ଥିବା ବେଳେ ଡିଡିଏମ୍ ଥଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଡିଡିଏମ୍, ଯାଜପୁରରେ ଡିଡିଏମ୍ ସହ ବିଭିନ୍ନ ଉଚ୍ଚ ପଦପଦବୀରେ ରହି ଆସିଛନ୍ତି। କେନ୍ଦୁଝର ଯୋଡା ଖଣି ମଣ୍ଡଳରେ ଡିଡିଏମ୍ ଥିବା ସମୟରେ ଉମେଶଙ୍କ ବିରୋଧରେ ବହୁବାର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା। ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଆଜି ସକାଳେ ଉମେଶଙ୍କ ଘରେ ଚଢ଼ାଉ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
