Advertisment

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ- ଡ୍ରାଇଭରଙ୍କ ଦାବିକୁ ଗୁରୁତ୍ୱର ସହ ନିଅନ୍ତୁ

ଡ୍ରାଇଭର ମାନଙ୍କ ଏ ଆନ୍ଦୋଳନ ଆଜିର ନୁହେଁ। ପାଖାପାଖି ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିଲା। ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାର ମଧ୍ୟରେ ଆଲୋଚନା ହୋଇ ଏ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଅଦ୍ୟତନ ହୋଇଛି
Dharmendra pradhan

Dharmendra pradhan

Advertisment

ରାଜ୍ୟରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକମାନେ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ନିଜ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଟ୍ୱିଟ୍ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁମାନଙ୍କର ଆନ୍ଦୋଳନ ଚାଲିଛି। ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି ।

Advertisment

 ଡ୍ରାଇଭରମାନଙ୍କ ଏ ଆନ୍ଦୋଳନ ଆଜିର ନୁହେଁ। ପାଖାପାଖି ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିଲା। ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାର ମଧ୍ୟରେ ଆଲୋଚନା ହୋଇ ଏ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁମାନେ ଦଣ୍ଡବତ ଯାତ୍ରା ମଧ୍ୟ କରିଥିଲେ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଡ୍ରାଇଭର ବନ୍ଧୁମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ। ଏମାନେ ସମାଜରେ ଅସ୍ପୃଶ୍ୟ ନୁହନ୍ତି। ସେମାନେ ଆମମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନକରି ରାସ୍ତା ବାହାର ନକରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଡ୍ରାଇଭର ବନ୍ଧୁମାନଙ୍କ ଦାବିକୁ ଗୁରୁତର ସହ ନେଇ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

Advertisment

ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ଗତକାଲିଠୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ସେମାନଙ୍କ ଆନ୍ଦୋଳନ ଯୋଗୁ ଯାତ୍ରୀବାହୀ ବସ୍‌ ସମେତ ଅନ୍ୟାନ୍ୟ ଗାଡ଼ି ରାସ୍ତାରେ ଗଡ଼ି ପାରୁ ନ ଥିବା ବେଳେ ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି।

Bhubaneswar Bjp Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe