Advertisment

ଆଶା ଧୂଳିସାତ, ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନା କଲା ଡ୍ରାଇଭର ମହାସଂଘ

ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଡ୍ରାଇଭର ମହାସଂଘ ନିହାତି ଭାବେ ସକାରାତ୍ମକ ନିଷ୍ପତ୍ତି ଶୁଣାଇବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ମାତ୍ର ଆଜି ରାଜ୍ୟବାସୀଙ୍କ ସମସ୍ତ ଆଶା ଫସର ଫାଟି ଯାଇଛି।

ଅଦ୍ୟତନ ହୋଇଛି
Strike

Strike

Advertisment

‘ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଆମେ ଖୁସି ନୁହଁ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ।’ ଆଜି ଏକ ଭିଡିଓ ବାର୍ତ୍ତା ରିଲିଜ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସଂଘ ସଭାପତି । ତେଣୁ ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଏବେ ପ୍ରତ୍ୟାହୃତ ହେବା ପରି ଲାଗୁନି।

Advertisment

ଗତ ୩ ଦିନ ହେଲା ୧୦ ଦଫା ଦାବି ପୂରଣ ନିମନ୍ତେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିବାରୁ ଅବସ୍ଥା ଅସମ୍ଭାଳ ହେଲାଣି। ପରିବା ମାର୍କେଟ ଖାଁ ଖାଁ ହୋଇ ସାରିଥିବା ବେଳେ ପେଟ୍ରୋଲ ଟାଙ୍କି ବି ଶୁନଶାନ । ଏହି ବିବାଦର ସମାଧାନ ନିମନ୍ତେ ଗତକାଲି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିବା ସହ ୩ ମାସ ମଧ୍ୟରେ ଦାବି ପୂରଣ ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଡ୍ରାଇଭର ମହାସଂଘ ନିହାତି ଭାବେ ସକରାତ୍ମକ ନିଷ୍ପତ୍ତି ଶୁଣାଇବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ମାତ୍ର ଆଜି ରାଜ୍ୟବାସୀଙ୍କ ସମସ୍ତ ଆଶା ଫସର ଫାଟି ଯାଇଛି। ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଡ୍ରାଇଭର ମହାସଂଘ ଖୁସି ନ ଥିବା ସ୍ପଷ୍ଟ କରିବା ସହ ସରକାରଙ୍କ ଘୋଷଣାକୁ ଅପେକ୍ଷା ଥିବା ଜଣାଯାଇଛି। ଏଥିସହ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ବି ସୂଚାଇ ଦେଇଛନ୍ତି। 

Advertisment

ଅପରପକ୍ଷେ, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ବିବୃତି ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି। ଗୃହରେ ନିଜ ବିବୃତିରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଏନେଇ ମନ୍ତ୍ରୀ କହିଛନ୍ତି, କାଲି ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଛନ୍ତି । ୩ ମାସରେ ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ନିଷ୍ପତ୍ତି ହୋଇଛି । ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି।

ମାତ୍ର ଡ୍ରାଇଭର ସଂଘ ପକ୍ଷରୁ ଆଜି ଓଲଟା ବୟାନ ଆସୁଥିବାରୁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ‌ଘୋଷଣା ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ସଭାପତି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ୩ ଦିନ ହେଲା ପରିବହନ ବ୍ୟବସ୍ଥା ଠପ୍‌ ହୋଇ ଯାଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁ ନ ଥିବାରୁ ଏହାର ଦର କ୍ଷୀପ୍ର ବେଗରେ ବଢ଼ିବାକୁ ଲାଗିଲାଣି। ଏଥିଯୋଗ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି।

Strike Peoples Problem Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe