Advertisment

‘ଆମକୁ ପ୍ରତିଶ୍ରୁତି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋଡ଼ା’

ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଡିଭିଜନ ସଦସ୍ୟ ଆଲୋଚନା କରିଥିଲେ। ୩ ମାସରେ ଡ୍ରାଇଭରଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ବି ମିଳିଥିଲା। ହେଲେ ଏହାକୁ ଭରସା କରି ପାରୁ ନାହିଁ ଡ୍ରାଇଭର ମହାସଂଘ ।

ଅଦ୍ୟତନ ହୋଇଛି
Drivers’ strike

Drivers’ strike

Advertisment

‘ସରକାରଙ୍କ କଥାରେ ଭରସା ନାହିଁ। ପୂର୍ବରୁ ବହୁ ଥର ପ୍ରତିଶ୍ରୁତି ଦେଇ ବି ତାହାକୁ ପୂରଣ କରି ନାହାନ୍ତି। ତେଣୁ ଏଥର ପ୍ରତିଶ୍ରୁତି ନୁହେଁ, ଆମକୁ ଘୋଷଣା ଦରକାର। ଖୋଦ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରନ୍ତୁ। ’ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଥିବା ଡ୍ରାଇଭର ମହାସଂଘ ଏପରି କହିଛି। ମୁଖ୍ୟମନ୍ତ୍ରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Advertisment

ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଡିଭିଜନ ସଦସ୍ୟ ଆଲୋଚନା କରିଥିଲେ। ୩ ମାସରେ ଡ୍ରାଇଭରଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ବି ମିଳିଥିଲା। ହେଲେ ଏହାକୁ ଭରସା କରି ପାରୁ ନାହିଁ ଡ୍ରାଇଭର ମହାସଂଘ ।

ପୂର୍ବରୁ ବି ବହୁ ଥର ସରକାର ପ୍ରତିଶ୍ରୁତି ଦେଇ ତାହାକୁ ଭୁଲି ଯାଇଛନ୍ତି। ତେଣୁ ଏଥର ଆମକୁ ପ୍ରତିଶ୍ରୁତି ନୁହେଁ, ଘୋଷଣା ଲୋଡ଼ା ବୋଲି କହି ଗର୍ଜିଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ ।

Advertisment

ଏପରିକି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଗଣତନ୍ତ୍ରରେ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ଅଛି । ମାତ୍ର ବର୍ତ୍ତମାନ ପରୀକ୍ଷା ଚାଲିଛି। ଜରୁରୀକାଳୀନ ସମୟରେ ମେଡିକାଲ ଯିବାକୁ ରୋଗୀ ହଇରାଣ ହେଉଛନ୍ତି। ପରିବହନ ବ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି। ତେଣୁ ଏପରି କ୍ଷେତ୍ରରେ ଡ୍ରାଇଭରମାନେ ସହଯୋଗ କରିବାକୁ ଆଗେଇ ଆସିବା ସହ ଆସନ୍ତା ୩ ମାସରେ ନିହାତି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଏଥିନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। 

ଅପରପକ୍ଷେ, କାଲିର ଆଲୋଚନା ଓ ପ୍ରତିଶ୍ରୁତି ପରେ ବି ଆନ୍ଦୋଳନରେ ବସିଥିବା ଡ୍ରାଇଭରଙ୍କୁ ଓହରିଯିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି । ଖୁବ୍‌ ଶୀଘ୍ର ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି ।

ମାତ୍ର ଡ୍ରାଇଭର ମହାସଂଘ ଉଭୟଙ୍କ କଥାକୁ ଭରସା କରି ପାରୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନୁହଁ ଘୋଷଣା କରନ୍ତୁ ବୋଲି ସଫା ସଫା କହିଛନ୍ତି।

Strike Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe