Advertisment

ନିଶା ନିବାରଣ କେନ୍ଦ୍ରରେ ହିଂସା, ଆକ୍ରମଣରେ ଗଲା ଅନ୍ତେବାସୀଙ୍କ ଜୀବନ

ଗତ ୨୭ ତାରିଖରେ ସର୍ବେଶ୍ୱରଙ୍କୁ ପରିବାର ଲୋକେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ

ଅଦ୍ୟତନ ହୋଇଛି
Bhubaneswar,

Bhubaneswar,

Advertisment

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଆକ୍ରମଣରେ ଚାଲିଗଲା ଆଉ ଜଣେ ଅନ୍ତେବାସୀଙ୍କ ଜୀବନ। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅଧିନ ସାଇକୃପା ନିଶା ନିବାରଣ କେନ୍ଦ୍ରରେ। ମୃତ ଅନ୍ତେବାସୀ ଜଣଙ୍କ ହେଲେ ସର୍ବେଶ୍ୱର ବେହେରା। ଏହି ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ୩ ଜଣ ଅନ୍ତେବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗତ ୨୭ ତାରିଖରେ ସର୍ବେଶ୍ୱରଙ୍କୁ ପରିବାର ଲୋକେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ଗତ ୨୯ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ସର୍ବେଶ୍ୱରଙ୍କୁ ଅନ୍ତେବାସୀମାନେ ମାଡ଼ମାରି ଲହୁଲୁହାଣ କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ମହେଶ୍ୱରଙ୍କ ଭାଇ କହିଛନ୍ତି, ମୋ ଭାଇକୁ ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲି। ସେଠାରେ ମୋ ଭାଇକୁ ମାରିଦେଲେ। ଯେଉଁମାନେ ମୋ ଭାଇକୁ ମାରିଛନ୍ତି ତାଙ୍କୁ ଫାଶି ଦିଆଯାଉ। ମୋର ଭାଇର ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସହାୟତା ଦିଆଯାଉ।

Advertisment

ସର୍ବେଶ୍ୱରଙ୍କୁ ଅନ୍ତେବାସୀମାନେ ଆକ୍ରମଣ କରିଥିବା ନେଇ ପରିବାର ଲୋକେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ଗତକାଲି ୩ ଜଣ ଅନ୍ତେବାସୀଙ୍କୁ ଗିରଫ କରି ଥିଲା ପୁଲିସ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe