The 61st Council Meeting of Western Odisha Development Council
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନୀ ଆଚରଣ ବିଧି ବଳବତ୍ତର ରହିଥିବାବେଳେ ଆଜି ପଶ୍ଚିମଓଡ଼ିଶା ବିକାଶ ପରିଷଦର ୬୧ତମ ବୈଠକ ବସି ୫୪.୧୮କୋଟି ଟଙ୍କାର ୫୬୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ସାଂସଦ ଓ ବିଧାୟକମାନଙ୍କଠୁ ମିଳିଥିବା ପ୍ରସ୍ତାବ ଆଧାରରେ ଏହି ମଞ୍ଜୁରୀ ଦଆଯାଇଛି । ଏହାସହିତ ପରିଷଦର ନିଜସ୍ୱ ସୋସିଆଲ ମିଡିଆ ସେଲ୍ ଖୋଲିବା ପାଇଁ ବୈଠକରେ ଅନୁମୋଦନ ମିଳିଛି ।
ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ପରିଷଦର ଅନୁଦାନ ପରିମାଣକୁ ରାଜ୍ୟ ସରକାର ୨୦୦ରୁ ୩୨୫କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପରିଷଦ ପାଣ୍ଠିରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ସାମଗ୍ରିକ ରୂପାନ୍ତରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଅଡିଟୋରିୟମ ନିର୍ମାଣ, ଜୀବିକା ମିଶନ ପ୍ରକଳ୍ପ ସମେତ ପର୍ଯ୍ୟଟନ ସଂକ୍ରାନ୍ତ ଗତିବିଧି ଯାହାକି ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ଜୀବିକା ଉପଲବ୍ଧ କରାଇବ ତାହା ଉପରେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ପରିଷଦର ସିଇଓ ଅଜିତ୍ କୁମାର ମିଶ୍ର ଆଜିର ବୈଠକର ଏଜେଣ୍ଡା ସମ୍ପର୍କରେ ଆଲୋକପାତ କରିଥିଲେ । ବିଧାୟକ ଓ ସାଂସଦମାନଙ୍କ ସୁପାରିଶରେ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୫୪.୮୧କୋଟି ଟଙ୍କାର ୫୬୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ସହ ଆଉ ୬୪.୨୪କୋଟି ଟଙ୍କାର ୧୧୪୭ଟି ପ୍ରସ୍ତାବ ମିଳିଛି । ଯେଉଁଥିରେ ବିଭିନ୍ନ କମ୍ୟୁନିଟି ସେଂଟର ଓ କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ଉଦ୍ଦିଷ୍ଟ ।
ଆଜିର ପରିଷଦ ବୈଠକରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଭାଗ ନେଇ ପରିଷଦର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।
ଆଜିର ବୈଠକରେ ଉତ୍ତରାଂଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଓ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି.ଆଓ ଉପସ୍ଥିତ ଥିଲେ ।
ତେବେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବାବେଳେ ପରିଷଦ ବୈଠକ ବସି ବିଭିନ୍ନ ପ୍ରକଳ୍ପକୁ କିଭଳି ମଞ୍ଜୁରୀ ଦିଆଗଲା ଓ ଏହା ଦ୍ୱାରା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1681142357.jpg)