Advertisment

ଇଡକୋ ଠିକାଦାର ସଂଘର ଚେତାବନୀ- ସମସ୍ୟା ସମାଧାନ ନ କଲେ ଆତ୍ମହତ୍ୟା କରିବୁ

ଇଡକୋ ଅଧିକାରୀଙ୍କ ଏକଚାଟିଆ ଶାସନ ବିରୋଧରେ ୫୦ରୁ ଅଧିକ ଠିକାଦାର ଗତକାଲି ଇଡକୋ ଅଫିସ ଘେରାଉ କରିଥିଲେ। ତୁରନ୍ତ ସମସ୍ୟା ସମାଧାନ ନ କଲେ ଆତ୍ମହତ୍ୟା କରିବାକୁ ଦେଇଛନ୍ତି ଚେତାବନୀ।

Strike

Strike

Advertisment

‘ବର୍ଷ ବର୍ଷ ଧରି ଆମ ବିଲ୍ ପାସ ହେଉନି। ବିଲ୍ ପାସ କରିବାକୁ ହେଲେ କର୍ମଚାରୀ ପିସି ମାଗୁଛନ୍ତି। ଆମେମାନେ ସୁନା ବନ୍ଧକ ରଖି, ବ୍ୟାଙ୍କ୍ ଲୋନ ଆଣି କାମ କରୁଛୁ । ହେଲେ ଠିକ୍‌ ସମୟରେ ଟଙ୍କା ପାଇ ପାରୁନୁ। ତେଣୁ ତୁରନ୍ତ ଆମ ସମସ୍ୟା ସମାଧାନ ନ ହେଲେ ଏଠାରେ ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ।’ ଏପରି ଚେତାବନୀ ଦେଇଛି ଇଡକୋ ଠିକାଦାର ସଂଘ।

Advertisment

ଇଡକୋ ଅଧିକାରୀଙ୍କ ଏକଚାଟିଆ ଶାସନ ବିରୋଧରେ ୫୦ରୁ ଅଧିକ ଠିକାଦାର ଗତକାଲି ଇଡକୋ ଅଫିସ ଘେରାଉ କରିଥିଲେ। ଇଡକୋ ଠିକାଦାର ସଂଘ ପକ୍ଷରୁ ଅଭିଯୋଗ ହୋଇଛି, ଆମେ ସବୁ ପୁଞ୍ଜି ଲଗାଇ, ସୁନା ବନ୍ଧା ରଖି ଏଠାରେ ଠିକାଦାରୀ କାମ କରୁଛୁ। ମାତ୍ର କାମ କରିବା ସତ୍ତ୍ୱେ ଆମକୁ ଠିକ୍‌ ସମୟରେ ଆମ ପ୍ରାପ୍ୟ ମିଳୁନି। ତେଣୁ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଆମେ ଆମ ପରିବାର ମୁହଁରେ ଦାନା ଦେଇ ପାରୁନି।

ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପୁଣି ଥଇଥାନ କରାଯାଉଛି। ଫଳରେ ଏହି କର୍ମଚାରୀଗୁଡିକ ଅଧିକ ମାତ୍ରାରେ ପିସି କାରବାରରେ ସମ୍ପୃକ୍ତ ରହିଥିବା ଅଭିଯୋଗ କରିଛି ଠିକାଦାର ସଂଘ।

Advertisment

ଏନେଇ ସନ୍ତୋଷ ନାୟକ ନାମକ କର୍ମଚାରୀ କହିଛନ୍ତି, ଇଡକୋ ଯେପରି ମନମୁଖି କାମ କରୁଛି ଠିକାଦାରମାନେ ଖୁବ ହଇରାଣ ହେଉଛନ୍ତି। ପିସି କାରବାର ବିନା କାମ ହେଉନି। ଅଫିସରମାନଙ୍କୁ ଜଣାଇଲେ ସେମାନେ ଆମମାନଙ୍କୁ ବ୍ୟବହାର ଖରାପ କରୁଛନ୍ତି।

ଅବସର ନେଇ ସାରିଥିବା କର୍ମଚାରୀ ପୁଣି ଥରେ ଥଇଥାନ ହେଉଥିବା ବେଳେ ସେମାନେ ବେଶି ଦୁର୍ନୀତି କରୁଛନ୍ତି। ସେମାନେ ନିଜ ଲୋକଙ୍କୁ ଡାକି କାମ ଦେଉଛନ୍ତି। ଏଠି ଏକଚାଟିଆ ଶାସନ ଚାଲିଛି ବୋଲି ପ୍ରକାଶ ଜେନା ନାମକ ବ୍ୟକ୍ତି କହିଛନ୍ତି।

ତେଣୁ ତୁରନ୍ତ ଆମ ସମସ୍ୟା ସମାଧାନ କରା ନ ଗଲେ ଆମେ ଇଡକୋ ଅଫିସ ଆଗରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି ଠିକାଦାରମାନେ ଧମକ ଦେଇଛନ୍ତି।

Bhubaneswar Strike Suicide Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe